www.samajalive.in
Monday, December 8, 2025
13.1 C
Bhubaneswar

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର: ଗୁପ୍ତ ସୁଡଙ୍ଗ ଚର୍ଚ୍ଚା ଉପରୁ ହଟିବ ପରଦା, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଯାଞ୍ଚ ଆଜି (ବୁଧବାରଠାରୁ) ଆରମ୍ଭ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ମହାନିର୍ଦେଶକ ଏଥିପାଇଁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ନେତୃତ୍ୱ ନେବେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ଏବଂ ଜାତୀୟ କୋଠା ଗବେଷଣା କେନ୍ଦ୍ରର ଦୁଇଜଣ ବିଶେଷଜ୍ଞ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ତେଣୁ ଆଜି ଦିନ ୧ଟା ଠାରୁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ବୈଷୟିକ କମିଟିର ସଦସ୍ୟମାନେ ସଂପୂର୍ଣ୍ଣ ଶୁଦ୍ଧପୂତ ଭାବେ ପାଟମଠା ଓ ଧୋତି ପିନ୍ଧି ଭିତରେ ପ୍ରବେଶ କରିବେ। ରତ୍ନଭଣ୍ଡାର ଖୋଲାଯାଇ ଚଟାଣ, କାନ୍ଥ ଏବଂ ଛାତର ଲେଜର ସ୍କାନିଂ ସମେତ ଜିପିଆରଏସ୍ ସର୍ଭେ କରାଯିବ। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ରହିଛି କି ଦୁଇଥର ସେଥିନେଇ ଯାଞ୍ଚ କରାଯିବ। ଶୁକ୍ରବାର ସୁଦ୍ଧା ତିନିଦିନ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବ। ଯଦି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗର ସନ୍ଧାନ ନମିଳେ ତାହାହେଲେ ଦୁଇଟି ଯାକ ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କରାଯିବ। ରାଜ୍ୟ ସରକାର ଅନୁମୋଦନ କରିଥିବା ମାର୍ଗଦର୍ଶିକା ଗୁଡିକୁ କଡାକଡି କାର୍ଯ୍ୟକାରୀ ପାଇଁ ନିର୍ଦେଶ ଦିଆଯାଇଛି। ରତ୍ନ ୟଭଣ୍ଡାର ଯାଞ୍ଚ ଏବଂ ମରାମତି ପରେ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି କରାଯିବ। ଏହାଛଡ଼ା ରତ୍ନଭଣ୍ଡାର କବାଟ ଗୁଡ଼ିକୁ ସୁନା ଛାଉଣୀ କରାଯିବାକୁ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି। ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ ରହିଥିବା ପୂର୍ବରୁ ଲେଜର ସ୍କାନିଂ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ତେଣୁ ଦୁଇଟିଯାକ ରତ୍ନଭଣ୍ଡାରର ମରାମତି ପାଇଁ ଗଜପତି ମହାରାଜା ପରାମର୍ଶ ଦେଇଥିଲେ। ଭିତର ରତ୍ନଭଣ୍ଡାରକୁ ଲାଗି ତୃତୀୟା ରତ୍ନଭଣ୍ଡାର ରହିଥିବା ତଥା ସେଥିରେ ୪୨ ଗୋଟି ସୁନା ମୁକୁଟ ସମେତ ବିପୁଳ ପରିମାଣର ରତ୍ନ ଅଳଙ୍କାର ରହିଥିବା କେତେକ ବରିଷ୍ଠ ସେବକ ଓ ଗବେଷକ ଦାବି କରିଛନ୍ତି। ତେଣୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ତୃତୀୟ ରତ୍ନ ଭଣ୍ଡାର ଖୋଜାଯିବ। ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ପ୍ରାୟ ୪୬ ବର୍ଷ ପରେ ଗତ ଜୁଲାଇ ୧୪ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ୧୮ ତାରିଖରେ ଦୁଇଟି ଅସ୍ଥାୟୀ ଭଣ୍ଡାର ଘରକୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଏହାଛଡ଼ା ରତ୍ନଭଣ୍ଡାର ଭିତରେ ରହିଥିବା ପୁରୁଣା ଆଲମାରୀ ଓ ସିନ୍ଦୁକଗୁଡିକୁ ନୀଳାଦ୍ରି ମହୋଦୟ ସଂଗ୍ରହାଳୟ ନିକଟ କୋଠରୀକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହେଉଥିବାରୁ ତୃତୀୟ ରତ୍ନଭଣ୍ଡାର ତଥା ଗୁପ୍ତ କୋଠରୀ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories