ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ସଭାଗୃହରେ ଗଜପତି ମହାରାଜ, ସେବାୟତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ୨୦୧୪ ମସିହାରେ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ବିଷୟରେ ଆଲୋଚନା ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଏଥିସହିତ ଜଗନ୍ନାଥଙ୍କ ଜମି ବିକ୍ରି ଓ ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି । ସେହିପରି ପରିଚାଳନା ବୈଠକରେ ଷୋଳପୂଜା ପ୍ରସ୍ତୁତି ବ୍ୟବସ୍ଥା ସହ ଶ୍ରୀମନ୍ଦିରରେ ଥିବା ବିମଳା ମା’ଙ୍କ ନୀତିକୁ ନେଇ ଆଲୋଚନା ଜାରି ରହିଛି ।
Popular Categories



