bjd gruha runa

୨୪ ବର୍ଷିୟ ଓଡିଆ ଯୁବକ ଏବେ ଦେଶର ସବୁଠାରୁ  ଧନୀ ଯୁବ ଉଦ୍ୟୋଗୀ

BJD Bijuli 480×75 Mob
0

କଟକ . – ଓଡିଶାରେ ଜନ୍ମ ଗ୍ରହଣ କରିବା ସହ ଏଠାରେ ଶିକ୍ଷା ଲାଭ କରିଥିବା ରିତେଶ ଅଗ୍ରଓ୍ୱାଲଙ୍କ ବୟସ  ମାତ୍ର ୨୪ ବର୍ଷ ।ଏବେ ସେ ଦେଶର ସବୁଠାରୁ ଧନୀ ଯୁବ ଉଦ୍ୟୋଗପତି ବୋଲି ଏକ ସର୍ବେକ୍ଷଣ ସଂସ୍ଥା ରିପୋର୍ଟରେ ପ୍ରକାଶ କରିଛି । ନୂଆଦିଲ୍ଲୀରେ  ହୋଟେଲ ସେବା  ପର୍ଯ୍ୟଟନ ସର୍ବେକ୍ଷଣ ସଂସ୍ଥା ହୋଟେଲିଭେଟ୍‌ (Hotelivate) ଅନୁସାରେ ରିତେଶଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଓୟୋ’ ରୁମସ୍‌  ଏବେ ୪.୫ ବିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୩୨,୬୯୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ହୁରୁନ୍‌ର  ଧନୀ ତାଲିକାରେ ବି ରିତେଶ ସ୍ଥାନ ପାଇଛନ୍ତି । ସେହିପରି ଫୋର୍ବସ ଇଣ୍ଡିଆର ଯୁବ ଧନୀ ଉଦ୍ୟୋଗପତି ତାଲିକାରେ ରିତେଶଙ୍କ ନାମ ସ୍ଥାନ ପାଇଛି ।

୨୦୧୩ ମସିହାରେ ରିତେଶ ମାତ୍ର  ୨୧ ବର୍ଷ ବୟସରେ ‘ଓୟୋ’ ରୁମସ୍‌  ଆରମ୍ଭ କରିଥିଲେ । ଏବେ ଏହା ଭାରତ ସବୁଠାରୁ ବଡ ହୋଟେଲ ବୁକିଂ ନେଟଓ୍ୱର୍କ । ଏବେ ବିଦେଶରେ ବି ‘ଓୟୋ’ ରୁମସ୍‌ ର  ସେବା ଉପଲବ୍ଧ । ସଫ୍ଟବ୍ୟାଙ୍କ ବି ‘ଓୟୋ’ ରୁମସ୍‌  କୁ ୧୦୦ କୋଟି ଆମେରିକୀୟ ଡଲାର ବା ୭ହଜାର ୩୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବ ବୋଲି ସୂଚନା ମିଳିଛି ।

୨୦୨୩ ସୁଦ୍ଧା ବିଶ୍ୱର ସର୍ବବୃହତ ହୋଟେଲ ଚେନ୍‌ ହେବା ପାଇଁ ରିତେଶ ଲକ୍ଷ୍ୟ ରଖିଛନ୍ତି ।  ବିଶ୍ୱର  ସବୁସ୍ଥାନରେ ଲୋକମାନଙ୍କୁ ଉଚ୍ଚମାନର ହୋଟଲ୍‌ ସେବା ଯୋଗାଇ ଦେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

ଓୟୋରେ ହୋଟେଲଗୁଡିକର ମାନ ନିର୍ଦ୍ଧାରଣ  କରିବା ପାଇଁ ଶହ ଶହ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି । ସେମାନେ ପ୍ରାୟ ୨୦୦ ଟି ବିଷୟରେ ହୋଟଲର ମାନ ନିର୍ଦ୍ଧାରଣ କରିଥାଆନ୍ତି । ସଫା ସୁତରା , ପର୍ଯ୍ୟଟକଙ୍କୁ ବ୍ୟବହାର, ବେଡ ସିଟର ମାନ, ପାନୀୟ ଜଳରମାନ, ପାଣିର ତାପମାତ୍ରା ଏପରି ଅନେକ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥାଏ ।  ପ୍ରତି  କୋଠରୀ ସଂରକ୍ଷଣ ପାଇଁ ଓୟୋକୁ ୨୫ ପ୍ରତିଶତ ଅର୍ଥ ମିଳିଥାଏ ।

ରିତେଶ ଓଡିଶାର ରାୟଗଡା ଜିଲ୍ଲା ବିଷମକଟକରେ ଜନ୍ମ  ଓ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କର ପିତାମାତା ସେ ଇଂଜିନିୟରିଂ ପଢନ୍ତୁ , ଆଇଆଇଟିରେ ନାମ ଲେଖାଇ ଭଲ ଇଂଜିନିୟର ହୁଅନ୍ତୁ ବୋଲି ଲକ୍ଷ୍ୟ ରଖିଥିଲେ । ରିତେଶ ୧୯ ବର୍ଷ ବୟସରେ ରାଜସ୍ଥାନର କୋଟାରେ ବି ଆଇଆଇଟି ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର ସେ ସେତେବେଳେ ସେ ସଫଳ ବ୍ୟବସାୟୀ ହେବେ ବୋଲି ଚିନ୍ତା କରିଥିଲେ । ଏଥିପାଇଁ ଆଇଆଇଟିର ପ୍ରସ୍ତୁତି ଛାଡି ବିଭିନ୍ନ ଶସ୍ତା ହେଟେଲରେ ରହିବା ଆରମ୍ଭ କରିଥିଲେ । ପରେ ସେ ଓରାବଲ ନାମକ ଏକ ଓ୍ବେବସାଇଟ କରି ବିଭିନ୍ନ ହୋଟେଲ ସମ୍ପର୍କରେ ତଥ୍ୟ ଦେଉଥିଲେ । ପରେ ଲୋକମାନେ ନାଁ ବୁଝି ପାରୁ ନ ଥିବେ ଭାବି ଓ୍ବେସାଇଟ ନାମ ‘ଓୟୋ’ ରୁମସ୍‌  କରିଥିଲେ ।

ଏବେ ‘ଓୟୋ’ ରୁମସ୍‌  ରେ ଦୈନିକ ଦେଢ ଲକ୍ଷ  ଗ୍ରାହକ ହୋଟେଲ ବୁକ୍  କରୁଥିବା ରିତେଶ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ‘ଓୟୋ’ ରୁମସ୍‌  ବିଶ୍ୱର ସଫଳ ପ୍ରତିଷ୍ଠାନ ହୋଇ ପାରିବ ବୋଲି ନ୍ୟୁୟର୍କ ଟାଇମସ୍‌ ବି ଏକ ରିପୋର୍ଟରେ ପ୍ରକାଶ କରିଛି ।

Leave A Reply