www.samajalive.in
Saturday, December 6, 2025
26.1 C
Bhubaneswar

୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର

ପୁରୀ : କରୋନାର ୨ୟ ତରଙ୍ଗ ବୃଦ୍ଧି ପରେ ତାଲାବନ୍ଦ , ସଟଡାଉନ ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏହି କଟକଣା ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର ଏଣିକି ଜିଲା ବାହାର ଲୋକେ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ। କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ। ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର । କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ ପାଇଁ ଅନୁମତି ମିଳିଛି। ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ଦେଇଛନ୍ତି।
କୋଭିଡ଼ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲେ ଶବଦାହ ପାଇଁ ଅନୁମତି ମିଳିବନି । ଶବ ସତ୍କାର ପାଇଁ ପଞ୍ଜିକରଣ ବେଳେ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories