www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇଛି। ଏନେଇ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କଳାରେ ରେଗୁଲାରରେ ପାସ ହାର ୯୮.୫୮%। ୧ ଲକ୍ଷ ୮୯ ହଜାର ୩୬୩ରୁ ୧ଲକ୍ଷ ୮୬ହଜାର ୬୫୮ ପାସ କରିଛନ୍ତି। ରେଗୁଲାରରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ପାସ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୪୬ ହଜାର ୧୦୧ ପରୀକ୍ଷାର୍ଥୀ ପାସ କରିଛନ୍ତି। ୩ୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ କରିଛନ୍ତି। ୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି। ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ ହାର ୮୯.୪୯%। କଳା ପରୀକ୍ଷାଫଳରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ। ଛାତ୍ରଙ୍କ ପାସ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ ହାର ୯୨.୩୪%। ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ କରିଥିବା ବେଳେ ଉତ୍ତୀଣ୍ଣ ହାର ୯୬.୭%।
ସେହିପରି ଧନ୍ଦାମୂଳକରେ ୫ ହଜାର ୩୩୧ ପାସ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨%। orissaresults.nic.inରେ ପରୀକ୍ଷାଫଳ ଉପଲବ୍ଧ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories