ପୁରୀ : ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବା ବେଳେ ଜଣେ ବ୍ୟକ୍ତିକୁ ଶନିବାର ପୁଲିସ କାବୁ କରିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ମନ୍ଦିରର କିଛି ଅଂଶ ଉପରକୁ ଚଢିଯାଇଥିଲେ । ଏହି ସମୟରେ ବ୍ୟକ୍ତିକୁ ସେବାୟତ ଓ ଅନ୍ୟ କର୍ମୀ ଅଟକାଇ ପୁଲିସକୁ ଖବର ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚି ହୋଇଥିବା ବେଳେ ସେ ମାନସିକ ବିକାଶଗସ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।



