ପୁରୀ : ଏଏସଆଇ ସୋସିଆଲ ମିଡ଼ିଆ ପେଜରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ହେବା, ମହାପ୍ରସାଦ ଅନଲାଇନରେ ବିକ୍ରି ହେବା ଏବଂ ଚଷମାରେ ହିଡେନ କ୍ୟାମେରା ଲଗାଇ ମନ୍ଦିରକୁ ଯିବା ପ୍ରସଙ୍ଗରେ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ମନ୍ଦିର ପ୍ରଶାସନ ନେବ । ମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ । ସେଥିପାଇଁ ମନ୍ଦିର ପ୍ରଶାସନକୁ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଏହାସହ ନୀତିକାନ୍ତି ବିଳମ୍ବ ହେବା ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି । ସେ ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବ ।
ସୂଚନା ଯୋଗ୍ୟ, ଚଷମାରେ ଗୁପ୍ତ କ୍ୟାମେରା ଖଞ୍ଜି ଜଣେ ଯୁବକ ଅତି ନିର୍ଭୟରେ ଶ୍ରୀମନ୍ଦିର ଭିତରେ ବୁଲୁଥିଲେ। ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ପୁଲିସ୍ ଯୁବକ ଜଣଙ୍କୁ ଧରି ସିଂହଦ୍ଵାର ଥାନାରେ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ପୁରୀ ଗଜପତି ନଗରର ଜଣେ ଯୁବକ ଚଷମାରେ ଗୁପ୍ତ କ୍ୟାମେରା ଖଞ୍ଜି ପୁରୀ ମନ୍ଦିର ଭିତରେ ପଶିଥିଲେ। ଏବଂ ଚଷମାରେ ଫଟୋ କ୍ୟାପଚର କରୁଥିଲେ। ପୁଲିସ୍ ର ସନ୍ଦେହ ହେବାରୁ ଯୁବକ ଜଣଙ୍କୁ ବେହରଣ ଦ୍ଵାର ନିକଟରେ ଅଟକାଯାଇଥିଲା। ବର୍ତ୍ତମାନ ଏବେ ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଛି। ବାରମ୍ବାର ଶ୍ରୀମନ୍ଦିରର ଭିତରେ ଏଭଳି କିଛି ଘଟଣାମାନ ଘଟୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକି ଶ୍ରୀମନ୍ଦିର ସୁରକ୍ଷା ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ, ମହାପ୍ରସାଦ ଅନଲାଇନରେ ବିକ୍ରି, ଚଷମାରେ ହିଡେନ କ୍ୟାମେରା ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
Popular Categories



