www.samajalive.in
Friday, December 5, 2025
20.1 C
Bhubaneswar

ଜେଲରେ ଧୂପକାଠି ପ୍ରସ୍ତୁତ କରି ଉଦାହରଣ ସାଜିଲେ ଅନ୍ତେବାସୀ

ପୁରୀ : ପୁରୀ ଜେଲରେ ଧୂପକାଠି ପ୍ରସ୍ତୁତ କରିଛନ୍ତି ଅନ୍ତେବାସୀ। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ତେବାସୀ ନିଜେ ରୋଜଗାର କ୍ଷମ ହୋଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍ ମାନେ ସବୁ କିଛି। ଏହାକୁ ପୁରୀ ଜିଲ୍ଲା କାରାଗାରରେ ଥିବା ଅନ୍ତେବାସୀ ପ୍ରମାଣ କରିଛନ୍ତି। ରୋଜଗାର କରିବାର ନିଶା ତାଙ୍କୁ ଏବେ କରିଛି ସଫଳ ବ୍ୟବସାୟୀ। ଅନ୍ତେବାସୀ ପ୍ରସ୍ତୁତ କରିଥିବା ଧୂପକୁ ଗାଡିରେ ଲଦା ହୋଇ ବିକ୍ରି ପାଇଁ ଯାଉଛି । ଏଥିପାଇଁ ଅନ୍ତେବାସୀଙ୍କୁ ମିଳିଛି ପାରିଶ୍ରମିକ। ସଭିଁଙ୍କ ମୁହଁରେ ହସ ଭରି ଯାଇଛି।
କିଛି ଦିନ ପୂର୍ବରୁ ଅନ୍ତେବାସୀଙ୍କୁ ରୋଜଗାର କ୍ଷମ କରାଇବାକୁ ଜେଲର ଅକ୍ଷୟ କୁମାର ଜେନା ଓ ଅଧିକ୍ଷକ ସଞ୍ଜୟ ବର୍ମା ଅଣ୍ଟା ଭିଡିଥିଲେ। ସମସ୍ତ ଅନୁମତି ମିଳିବା ପରେ ଭୁବନେଶ୍ବର ସ୍ଥିତ Swomen Agarbati କମ୍ପାନୀ ସହ ଯୋଗଯୋଗ୍ କରିଥିଲେ। କମ୍ପାନୀ ଦ୍ୱାରା ମେସିନ ଓ କଞ୍ଚାମାଲ ଯୋଗାଇ ଦିଆଯାଇଥିଲା । ସେମାନେ ପ୍ରସ୍ତୁତ କରିଥିବା ସମସ୍ତ ଧୂପକୁ କିଣିଛି କମ୍ପାନୀ। ଏହା ହେଉଛି ରାଜ୍ୟର ପ୍ରଥମ ଜେଲ, ଯେଉଁଥିରେ ଅନ୍ତେବାସୀଙ୍କ ଦ୍ଵାରା ଧୂପକାଠି ପ୍ରସ୍ତୁତ ହୋଇ ମାର୍କେଟକୁ ଆସିଛି। କେବଳ ଜେଲ ନୁହେଁ ଅନେକ ସମୟରେ ସାଧାରଣ ଲୋକଙ୍କୁ ତଥା ମହିଳା, ଯୁବ ପିଢିଙ୍କୁ ରୋଜଗାରକ୍ଷମ କରାଇଛି Swomen Agarbati। ନିଜ କମ୍ପାନୀରୁ ମେସିନ୍ ଦେବା ସହ କଞ୍ଚାମାଲ ମଧ୍ୟ ଯୋଗାଇ ଦେଇ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ନିଜେ କିଣି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories