ପୁରୀ : କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖରୁରେ ସମ୍ପାଦିତ ହୋଇସାରିଛି। ରଥଯାତ୍ରା ପାଇଁ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କର ଆଜି କୋଭିଡ଼ ଟେଷ୍ଟ କରାଯିବ। ସୁଆର ମହାସୁଆର ନିଯୋଗରଙ୍କ ଟେଷ୍ଟ କରାଯିବ। ପୁଷ୍ପାଳକ ନିଯୋଗ, ବିମାନବଡ଼ୁ ନିଯୋଗର ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ। ସହରର ୩ଟି ସ୍ଥାନ ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗିଡ଼ିଆ ଧର୍ମଶାଳା, ମାର୍କଣ୍ଡେଶ୍ୱର ସାହି ଗାର୍ଲସ ହାଇସ୍କୁଲରେ କୋଭିଡ଼ ଟେଷ୍ଟ କରାଯିବାକୁ ନିଷ୍ପତି ନିଆଯାଇଛି।
ସୂଚନା ଯୋଗ୍ୟ, ଆସନ୍ତା କାଲି ପୁରୀ ସର୍କିଟ ହାଉସରେ ରଥଯାତ୍ରା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରଥଯାତ୍ରାରେ ସାମିଲ ହୋଇଥିବା ସେବାୟତ , ପୁଲିସ , ସଫେଇ କର୍ମଚାରୀଙ୍କର କୋଭିଡ଼ ଟେଷ୍ଟ କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ସୂଚନା ଠାରୁ ସୂଚନା ମିଳିଥିଲା।
ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କୋଭିଡ଼ ଟେଷ୍ଟ
Popular Categories



