ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍‌ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାମ ବନ୍ଦ କରିବାକୁ ଇନଟାକ୍‌ ପକ୍ଷରୁ କୁହାଯାଇଛି । ଇନଟାକର ସୂଚନା ଅନୁଯାୟୀ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏହି କାର୍ଯ୍ୟକୁ ସରକାର ବନ୍ଦ କରନ୍ତୁ ବୋଲି କୁହାଯାଇଛି । ଏଥି ସହିତ ଏହି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି ବୋଲି ଚିଠିରେ ଦର୍ଶାଯାଇଛି । ତାହାଛଡ଼ା ରାୟ ଆସିବା ଯାଏ କାର୍ଯ୍ୟ ବନ୍ଦ କରାଗଲେ ପ୍ରକଳ୍ପ ପାଇଁ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି ।

Comments are closed.