www.samajalive.in
Saturday, December 6, 2025
15.1 C
Bhubaneswar

ରଥଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ : ଆଉ ଅଳ୍ପ ଦିନ ବାକି ରହିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ପୂର୍ବ ପ୍ରସ୍ତୁତି ସହ ଅନେକ ବୈଠକ କରାଯାଉଛି। ରଥଯାତ୍ରା ନେଇ ପୁରୀରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବେ। ତେଣୁ ପୁଲିସ ସେମାନଙ୍କୁ ସୁରକ୍ଷା ଦେବା ସହ ସେବା ମଧ୍ୟ ଦେବ। ରଥଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେମିତି ଭଲ ଅନୁଭୂତି ନେଇ ଫେରିବେ। ଏନେଇ ପୁଲିସ ସମ୍ପୂର୍ଣ୍ଣ ଯତ୍ନବାନ ହେବ। ଶ୍ରଦ୍ଧାଳୁମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁଲିସ ସେଥିପ୍ରତି ଦୃଷ୍ଟି ଦେବେ। ପୁରୀରେ ୧୮୦ ପ୍ଲାଟୁନ ଫୋର୍ସ, ୧୦୦୦ ଅଧିକାରୀ ନିୟୋଜିତ ହେବେ। ପୁଲିସ ସୁରକ୍ଷା ଓ ସେବା ଯୋଗାଇବ ବୋଲି ଡିଜିପି ସୁନୀଲ କୁମାର ବଂଶଲ କହିଛନ୍ତି।
ସେହିପରି ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଅଳ୍ପ ପରିମାଣରେ ସଂକ୍ରମଣ ବଢିଛି। ଟେଷ୍ଟିଂ ବଢିବ। ପୁରୀରେ ହେଲଥ କ୍ୟାମ୍ପ ହେବ। ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ସମୀକ୍ଷା କରିବେ। ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ। ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ। ରଥଯାତ୍ରାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories