ପ୍ରଶାସନ ଓ ସାଧୁଙ୍କ ମଧ୍ୟରେ କଥା କଟାକଟି, ବଡ ଆଖଡା ମଠର ଉଚ୍ଛେଦ ସ୍ଥଗିତ
ପୁରୀ: ସାଧୁସନ୍ଥଙ୍କ ସହ ଆଲୋଚନା ବିଫଳ ହେବାରୁ ମଙ୍ଗଳବାର ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ବଡ଼ ମଠକୁ ସମ୍ପୂର୍ଣ୍ଣ ରୂପେ କର୍ଡନ କରାଯାଇଥିବା ବେଳେ ମଠରେ ଥିବା ମହନ୍ତମାନଙ୍କୁ ଉପଜିଲାପାଳ ନିଜ ସାଙ୍ଗରେ ନେଇଯାଇଛନ୍ତି । ମଠ ଭଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ରବିବାର ଓ ସୋମବାର ଦୁଇଦିନ ସରକାରୀ ଛୁଟି ଥିବାରୁ ଶ୍ରୀ ମନ୍ଦିର ନିକଟରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ଲଙ୍ଗୁଳି ମଠ ଓ ଏମାର ମଠ ଭାଙ୍ଗିବାପରେ ଆଜି ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥାଆନ୍ତା । ସାଧୁସନ୍ଥଙ୍କ ବିରୋଧ ଓ ପ୍ରଶାସନା ସହ କଥା କଟାକଟି ଯୋଗୁଁ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ।
Comments are closed.