www.samajalive.in
Saturday, December 6, 2025
19.1 C
Bhubaneswar

ଜନ୍ମବେଦୀରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ: ଭକ୍ତଙ୍କୁ ମିଳିଲା ଆଡପ ଅବଢା

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ବୁଧବାର ଭକ୍ତ ଆଡ଼ପ ଅବଢ଼ା ପାଇଛନ୍ତି। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ କରାଯାଇଛି। ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଭୋଗ କରାଯାଉଥିବା ଅନ୍ନବ୍ୟଞ୍ଜନ ଆଡ଼ପ ଅବଢ଼ା ଭାବେ ପରିଚିତ। ଗୁଣ୍ଡିଚା ମନ୍ଦିରରେ ଏକ ରୋଷଶାଳା ରହିଛି। ଶ୍ରୀମନ୍ଦିରର ସୁଆର ମହାସୁଆର ସେବକମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରୁଛନ୍ତି। ପୂଜାପଣ୍ଡା ସେବକଙ୍କ ଦ୍ୱାରା ତାହାକୁ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଗୋପାଳ ବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ, ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ କରାଯାଉଛି। ଆଡ଼ପ ଅବଢ଼ାରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ସେମାନଙ୍କୁ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଶ୍ରଦ୍ଧାଳୁମାନେ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ାରେ ଭୋଜନ ଦେଇଥାନ୍ତି। ଆଗାମୀ ୧୫ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ। ବାହୁଡ଼ା ଯାତ୍ରାଦିନ ସକାଳ ଧୂପରେ ଖେଚୁଡ଼ି ଖାଇ ଦାରୁବ୍ରହ୍ମ ରଥ ଉପରକୁ ପହଣ୍ଡି ବିଜେ କରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories