www.samajalive.in
Saturday, December 6, 2025
15.1 C
Bhubaneswar

କୋକସରାରେ ଅନେକ ସମସ୍ୟାର ସମାଧାନ ହେବ: ସାଂସଦ

ଲଡୁଗାଁ: ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାକୁ ଦୃଷ୍ଟିରେ ରଖି ବିଗତ ଦିନରେ କୋକସରା ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ପଛରେ ପଡିଥିବା ବେଳେ ଅନେକ ଗୁଡିଏ ଯୋଜନା ଫାଇଲ ତଳେ ଦବି ରହିଯାଇଛି । ତେବେ ଆଗକୁ ଅଞ୍ଚଳର କିଭଳି ବିକାଶ ହେବ, ଜନସାଧାରଣ କିଭଳି ମୌଳିକ ଅଧିକାରରୁ ବଞ୍ଚିତ ରହିବେ ନାହିଁ ସେ ନେଇ ବୁଧବାର ବ୍ଲକ ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସାଂସଦ ଓ ଧର୍ମଗଡ଼ ବିଧାୟକଙ୍କ ଉପସ୍ଥିତିରେ ବୈଠକ ବସିଥିବା ବେଳେ ଏଥିରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଯୋଗଦେଇଥିଲେ । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର‌୍ୟ୍ୟ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହପ୍ରଭା ମାଝୀ , ତହସିଲଦାର ନବୀନ କିଶୋର ପାଢ଼ୀ ସମେତ ୨୨ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ମୃତ୍ତିକା ବିଭାଗ, ବିଦ୍ୟୁତ ବିଭାଗର ଅଧିକାରୀ ଅନୁପସ୍ଥିତି ବିଭାଗର କାର‌୍ୟ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକାରୀଙ୍କ ଅନୁପସ୍ଥିତକୁ ନେଇ ସାଂସଦ ଓ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଯଦି କୌଣସି ଅଧିକାରୀ ଲୋକଙ୍କୁ ମୌଳିକ ଅଧିକାର ଯୋଗାଇବାରେ, ସମସ୍ୟା ସମାଧାନ ଦିଗରେ ଅବହେଳା କରୁଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories