www.samajalive.in
Saturday, December 6, 2025
15.1 C
Bhubaneswar

ସୁଧୁରିଯାଅ ; ନ ହେଲେ ସେବାସ୍ୱତ୍ୱ ହରାଇବ

ପୁରୀ : ଶ୍ରୀମନ୍ଦିର ସେବକଙ୍କୁ ଛତିଶା ନିଯୋଗ ବୈଠକରେ ଶନିବାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ। ଆଚାର ବ୍ୟବହାରରେ ସୁଧାର ନଆଣିଲେ ସେବାସ୍ୱତ୍ୱ ଅଧିକାର ଉଚ୍ଛେଦ ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବକ ହୋଇଥିôବାରୁ ଯେପରି ଆଚରଣ କରିବା କଥା ତାହା କରିବାକୁ ସେ ଅନୁରୋଧ କରିଛନ୍ତି। କେବଳ ସେତିକିନୁହେଁ, ପାନ ଗୁଟ୍‍ଖା ଖାଇ ମନ୍ଦିର ଭିତରକୁ ନଯିବା ପାଇଁ ଶ୍ରୀ ସୁବ୍ରମଣ୍ୟମ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥା ସମ୍ପର୍କରେ ତନାଘନା ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ ସେଥିରେ ଉପସ୍ଥିତ ଥିଲେ। ସେ କହିଲେ ଶ୍ରୀଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଆପଣମାନେ ନିଜକୁ ଧନ୍ୟ ମନେକରିବା ଉଚିତ। ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର। ସେବକଙ୍କ ବ୍ୟବହାରରେ ସଂସ୍କାର ଓ ସୁଧାର ଆସିବା ଉଚିତ। ଶ୍ରଦ୍ଧାଳୁଙ୍କ ଉପରେ ଜୁଲମ ଅଭିଯୋଗ ଅତ୍ୟନ୍ତ ସାଙ୍ଘାତିକ। ସେବକଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଯଥେଷ୍ଟ ସମ୍ମାନ କରନ୍ତି। ଶ୍ରୀଜୀଉଙ୍କ ଉଦେଶ୍ୟରେ ଭକ୍ତ ଦେଉଥିବା ଦାନଦକ୍ଷିଣା ଉପରେ ସେବକଙ୍କ ଅଧିକାର ନାହିଁ ବୋଲି ଶ୍ରୀ ସୁବ୍ରମଣ୍ୟମ ରୋକଠୋକ୍‍ ଭାବେ ପ୍ରକାଶ କରିଛନ୍ତି। ଛତିଶା ନିଯୋଗ ବୈଠକରେ ଶ୍ରୀଜଗନ୍ନାଥ ସ୍ତୋତ୍ରମ୍‍ ଅନର୍ଗଳ ପାଠକରି ଶନିବାର ସେ ସେବକ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍ତମ୍ଭୀଭୂତ କରିଦେଇଛନ୍ତି। ସେବକଙ୍କ ସେବାସ୍ୱତ୍ୱ ଦାବି ସମ୍ପର୍କରେ ସେ କହିଲେ ଅଧିକାର ନାମରେ ଭକ୍ତଙ୍କ ଉପରେ ଶୋଷଣ ଆଦୌ ଗ୍ରହଣୀୟ ନୁହେଁ। ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଭକ୍ତଙ୍କୁ ସେବକମାନେ ବଞ୍ଚିତ କିମ୍ବା ବାଧା ଦେଇପାରିବେ ନାହିଁ। ବଳପୂର୍ବକ ଦାନଦକ୍ଷିଣା ଆଦାୟ ଅପରାଧ। ସେବକଙ୍କ ସେବାସ୍ୱତ୍ୱ ଉଚ୍ଛେଦ ହେଉ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଚାହୁଁ ନାହାନ୍ତି। ଯଦି ସେବକଙ୍କ ବ୍ୟବହାରରେ ପରିବର୍ତ୍ତନ ନଆସେ ତାହେଲେ ଦେଶର ଅନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକ ପରି ଶ୍ରୀମନ୍ଦିରରେ ମଧ୍ୟ ସେବାସ୍ୱତ୍ୱ ଉଚ୍ଛେଦ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରିପାରନ୍ତି। ଜିଲାଜଜ୍‍ଙ୍କ ଅନ୍ୟ ପ୍ରସ୍ତାବଗୁଡ଼ିକ ଠିକ୍‍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ପ୍ରତି ୨ମାସରେ ଥରେ ସେ ପୁରୀ ଗସ୍ତରେ ଆସିବେ ବୋଲି ଶ୍ରୀ ସୁବ୍ରମଣ୍ୟମ ବୈଠକରେ ପ୍ରକାଶ କରିଛନ୍ତି। କୋର୍ଟମିତ୍ରଙ୍କ ଛତିଶା ନିଯୋଗ ବୈଠକରେ ଏପରି ପରାମର୍ଶ କିଛି ସେବକ ସାଧାରଣରେ ପ୍ରଘଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories