www.samajalive.in
Saturday, December 6, 2025
15.1 C
Bhubaneswar

ବୈଜୟନ୍ତଙ୍କୁ ବିମାନ ଚଳାଚଳ ନିର୍ଦେଶକଙ୍କ ନୋଟିସ

ପୁରୀ : ଚିଲିକାରେ ବିପଜ୍ଜନକ ବିମାନ ଉଡ଼ାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଜାରି କରିଛି ବିମାନ ଚଳାଚଳ ନିର୍ଦେଶାଳୟ। ଆଗାମୀ ୨୪ତାରିଖ ଅପରାହ୍ଣ ୩ଟାରେ ତଦନ୍ତ ପାଇଁ ହାଜର ହେବାକୁ ନିର୍ଦେଶକ (ଏୟାର ସେଫ୍ଟି) ଏମ.ଜେ ସିଂ ଚିଠି ଲେଖିଛନ୍ତି। ଗତ ୧୫ତାରିଖ ଦିନ ଚିଲିକା ଉପରେ ଶ୍ରୀ ପଣ୍ଡାଙ୍କ ହେଲକପ୍ଟର ଚଳାଚଳ ଘଟଣା ସମ୍ପର୍କରେ ରିପୋର୍ଟ ମିଳିଥିବା ନୋଟିସ୍‍ରେ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକଙ୍କ କାର୍ଯ୍ୟାଳୟରେ ତଦନ୍ତ କରାଯିବ। ଏଥିପାଇଁ ଜଣେ କ୍ରିଉଙ୍କୁ ପଠାଇବାକୁ ନୋଟିସରେ କୁହାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ଅରଖକୁଦା ମେରାଇନ ଥାନାରେ ଏକ ମୋକଦ୍ଦମା ରୁଜୁ କରାଯାଇଛି। ଶ୍ରୀ ପଣ୍ଡା କଟକଣା ଉଲ୍ଲଙ୍ଘନ କରି ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ବିମାନ ଚଳାଚଳ କରିବା ଯୋଗୁଁ ଡଲଫିନଙ୍କ ସମେତ ପର୍ଯ୍ୟଟକ ଓ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇପଡ଼ିଥିବା ଚିଲିକା ପରିବେଶ ପର୍ଯ୍ୟଟନ ମହାସଂଘ ସଭାପତି ସଦାଶିବ ଜେନା ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଲାଇସେନ୍ସ ବାତିଲ ନିମନ୍ତେ ଭଏସ୍‍ ଅଫ୍‍ କମନମ୍ୟାନ ପକ୍ଷରୁ ହେକ୍ଟର ମିଶ୍ର ଦାବି କରିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ଥାନା ସମେତ କେନ୍ଦ୍ର ସରକାରଙ୍କ ବିମାନ ଚଳାଚଳ ମହାନିର୍ଦେଶକଙ୍କ ନିକଟରେ ସେ ଅଭିଯୋଗ କରିଥିଲେ। ଅରଖକୁଦା ଥାନା ପୁଲିସ ଭାରତୀୟ ଦଣ୍ଡବିଧି ଆଇନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜୁ କରିଛି। ବୈଜୟନ୍ତଙ୍କ ସମେତ ଅନ୍ୟ ୨ ସହଯାତ୍ରୀଙ୍କୁ ୨୪ତାରିଖ ଦିନ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦେଶ ଦେଇଛି।

 

- Advertisement -


ଏହି ଘଟଣାକୁ ନେଇ ରାଜନୀତି ଜୋର୍‍ ଧରିଛି। ବୈଜୟନ୍ତ ଆଇନ ଉଲ୍ଲଘଂନ କରିଛନ୍ତି କି ନାହିଁ ସେ ସମ୍ପର୍କରେ ପୁରୀ ପୁଲିସ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଛନ୍ତି। ନିର୍ଦେଶକ (ଏୟାର ସେଫ୍ଟି)ଙ୍କ ନୋଟିସ ପରେ ଚିଲିକାରେ ହେଲିକପ୍ଟର ଉଡ଼ାଣ ବିବାଦ ନୂଆମୋଡ଼ ନେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories