ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ
ପୁରୀ: ଏଏସ୍ଆଇ ଟିମ ଦ୍ୱାରା ଆଜିଠାରୁ ଶ୍ରୀମନ୍ଦିରର ଗର୍ଭଗୃହର ସ୍ଥିତି ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଦଳ ଶ୍ରୀମନ୍ଦିରର ଗର୍ଭଗୃହର ସ୍ଥିତି ପରଖୁଛନ୍ତି। କୋର କମିଟିର ବିଶେଷଜ୍ଞ ସଦସ୍ୟ ଏନ୍.ସି.ପାଲ୍ ଓ ଜି.ସି.ମିତ୍ର ଏହି ଗର୍ଭଗୃହକୁ ଯାଞ୍ଚ କରୁଛନ୍ତି। ଗର୍ଭଗୃହ ସହ ଜଗମୋହନର ସ୍ଥିତି ମଧ୍ୟ ଯାଞ୍ଚ ହେବ। ଏହା ସହିତ ଜୟବିଜୟ ଦ୍ୱାରାର ଫାଟର ମରାମିତ ହେବା ସହ ନାଟ ମଣ୍ଡପର ଦୁର୍ବଳ ପଥରକୁ ମଧ୍ୟ ସଜଡ଼ାଯିବ। ଏହା ଛଡ଼ା ଶ୍ରୀମନ୍ଦିରର ବାୟୁ ନିଷ୍କାସନ ବ୍ୟବସ୍ଥା ମଧ୍ୟ ଅନୁଧ୍ୟାନ କରାଯିବ। ବାହୁଡ଼ା ପୂର୍ବରୁ ଏହି ଯାଞ୍ଚ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି।