www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ତଦାରଖ କରୁଛନ୍ତି ଜିଲ୍ଲାପାଳ ଓ ପୁଲିସ ଅଧିକ୍ଷକ

ସୁଆଣ୍ଡୋ ; ପୁରୀଜିଲାର କାକଟପୁର, ନିମାପଡା, ଅସ୍ତରଙ୍ଗ, କୋଣାର୍କ, ଗୋପ, ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ସହିତ ସହରର ବିଭିନ୍ନ ସ୍ଥାନରେ ଜିଲାପାଳ ବଲୱନ୍ତ ସିଂହ ଆରକ୍ଷୀ ଅଧିକ୍ଷକ ଡା.ଉମାଶଙ୍କର ଦାଶ ପ୍ରମୁଖ ପହଞ୍ଚି କରୋନା ପ୍ରସ୍ତୁତି ସମ୍ପର୍କରେ ତଦାରଖ କରୁଛନ୍ତି। ଜିଲାରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ଜିଲାରେ ୧୭୪ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ୧୦୫ ଜଣଙ୍କ କରୋନା ନେଗେଟିଭ ଆସିଛି। ଜିଲ୍ଲାର ୧୧ଟି ବ୍ଲକରେ ୨୭୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ସେହିପରି ଜିଲାରେ ଗୋଟିଏ କୋଭିଡ ହସ୍ପିଟାଲ ଖୋଲାଯାଇଛି। ପିପିଲିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୭୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଜିଲାକୁ ସବୁ ଆଡୁ ସିଲ୍ କରାଯାଇଛି। ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କରୋନା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସାମାଜିକ ଦୂରତା ମାକ୍ସ ବ୍ୟବହାର କରିବା ସହିତ ସରକାରଙ୍କ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ନୀଳକଣ୍ଠ ମିଶ୍ର, ତହସିଲଦାର ବିଡିଓ ପ୍ରମୁଖ ଏହି ଗସ୍ତରେ ସାମିଲ ରହିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories