www.samajalive.in
Sunday, December 7, 2025
23.1 C
Bhubaneswar

ପିପିଲିରେ କଟକଣା କଡାକଡି : ଚା’ ଦୋକାନୀ ଗିରଫ

ପିପିଲି : ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ସମଗ୍ର ଦାନୋଗହୀର ଅଞ୍ଚଳ ତଥା ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଶନିବାରଠାରୁ ପ୍ରଶାସନ ପକ୍ଷରୁ ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ଡାଉନ ଘୋଷଣା କରାଯାଇଛି। ଏଥିସହ ସମଗ୍ର ପିପିଲି ଅଞ୍ଚଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଲକ୍‍ଡାଉନ୍‍ କଟକଣାକୁ ଅତି କଡାକଡି ଭାବେ ପାଳନ କରାଯାଉଛି। ବିଭିନ୍ନ ଛକ ବଜାରରେ ଲୋକେ ଆଉ ଗୁଲିଖଟି କରି ପାରୁନଥିବା ବେଳେ ଗୁଡିଆପୋଖରୀ ଅଞ୍ଚଳରେ କଟକଣା ଆଇନ୍‍କୁ ଉଲଂଘନ କରି ଚା’ଦୋକାନ କରିଥିବା ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି।
ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସର ୪ଟି ସ୍ୱତନ୍ତ୍ର ଟିମ୍‍ ସମଗ୍ର ଥାନା ଅଞ୍ଚଳରେ ଲକ୍‍ଡାଉନ୍‍ କଟକଣାକୁ କଡାକଡି କରିଛନ୍ତି। ପୁଲିସ ଗାଡି ଘନ ଘନ ସମଗ୍ର ଅଞ୍ଚଳରେ ପଇଁତରା ମାରୁଥିବା ବେଳେ ବିନା କାରଣରେ ରାସ୍ତାରେ ବୁଲୁଥିବା ବାଇକ୍‍କୁ ଜବତ କରିବା ସହ ରୋଡ ରୋମିଓଙ୍କୁ ମଧ୍ୟ ଗିରଫ କରୁଥିବା ସୂଚନା ମିଳିଛି। ପୁଲିସ୍‍ ଏସ୍‍ଆଇ ସନ୍ଦୀପ କୁମାର ଦାସ, ସୁରମା ସ୍ୱାଇଁ, ସଂଘମିତ୍ରା ଚାନ୍ଦ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ, ଶେଷଦେବ ସୁବୁଦ୍ଧି, ଶାନ୍ତନୁ ନାୟକ, ଏଲ୍‍ସି ଗଙ୍ଗାଧର ନାୟକ ପ୍ରମୁଖ ପୃଥକ୍‍ ପୃଥକ୍‍ ଭାବେ ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିଂକୁ କଡାକଡି କରିଛନ୍ତି। ପୁଲିସ୍ ଗାଡିକୁ ଦେଖି ବିଭିନ୍ନ ଛକ ବଜାର ସ୍ଥାନରେ ଖଟି କରୁଥିବା କିଛି ଅମାନିଆ ଲୋକେ ଲୁଚି ଯାଉଥିବା ଓ ପୁଲିସ ଗଲାପରେ ସେମାନେ ପୁଣି ରାସ୍ତାରେ ବୁଲୁଥିବା ବେଳେ ସେମାନଙ୍କୁ ସାବାଡ୍‍ କରିବା ପାଇଁ ଆଇଆଇସି ଶରତ କୁମାର ସାହୁ ଆଜି ସକାଳୁ ଦିନ ତମାମ୍‍ ବାଇକରେ ପାଟ୍ରୋଲିଂ କରିଥିଲେ। ରାସ୍ତା ଉପରେ ବୁଲୁଥିବା ଅମାନିଆ ଲୋକଙ୍କୁ ଶ୍ରୀ ସାହୁ ତାଗିଦ୍‍ କରିବା ସହ ଘରେ ରହିବାକୁ କହିଥିଲେ। ଗୁଡିଆପୋଖରୀ ବଜାର ନିକଟରେ ଏକ ଚା’ଦୋକାନ ଖୋଲିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବା ସହ ତା’ନିକଟରୁ ଗୁଟ୍‍ଖା ଓ ଖଇନି ଆଦିକୁ ଜବତ କରିଥିଲେ। ପୁଲିସର ଘନ ଘନ ପାଟ୍ରୋଲିଂ ଫଳରେ ସମଗ୍ର ଅଞ୍ଚଳ ଅଘୋଷିତ ଲକ୍‍ଡାଉନ ହେବା ପରି ମନେ ହେଉଥିଲା। ଚାରିଆଡେ ଖାଲି ଖାଁ ଖାଁ ଲାଗୁଥିଲା। ବିଭିନ୍ନ ବାହାନା କରି ଲୋକେ ଆଉ ବାହାରେ ବୁଲୁନଥିବା ପରିଲକ୍ଷିିତ ହୋଇଥିଲା। ପନିପରିବା ଓ ସଉଦା କିଣିବାକୁ ଲୋକେ ସାଇକେଲ୍‍ରେ ଯାଉଥିବା ପରିଲକ୍ଷିତ ହୋଇଥିଲା। ବିଭିନ୍ନ ପନିପରିବା ଓ ସଉଦା ଦୋକାନୀଙ୍କୁ ଆଇଆଇସି ଶ୍ରୀ ସାହୁ ଆଜି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ। ପିପିଲି ଦେଇ ପୁରୀ ଜିଲାର ପ୍ରବେଶ ପଥ କାକୁଡିଆ ଓ ପିପିଲି ଟୋଲ୍‍ ପ୍ଲାଜା ଠାରେ ଜିଲା ସୀମାକୁ ପୁଲିସ୍‍ ସଂପୂର୍ଣ୍ଣ ସିଲ୍‍ କରି ଦେଇଥିବା ବେଳେ ସେଠାରେ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ପୁଲିସ ୨୪ ଘଣ୍ଟିଆ ଯାଞ୍ଚ ଚଳାଇଛି। ବାହାର ଜିଲାର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିବା ବେଳେ ଉକ୍ତ ସ୍ଥାନ ଦେଇ ଯିବାଆସିବା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗାଡି ସଂପର୍କରେ ତଥ୍ୟ ଲିପିବଦ୍ଧ କରାଯାଉଥିବା ସୂଚନା ମିଳିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories