www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀଜୀଉଙ୍କ ଶୃଙ୍ଖଳିତ ନୀତି ପାଇଁ ୨୬ଜଣିଆ କମିଟି ଗଠନକଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ୨୬ଜଣିଆ କମିଟି ଗଠନ କରିଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ପ୍ରଶାସକ ଏହାର ଅଧ୍ୟକ୍ଷ ଥିବାବେଳେ ୨୨ ସେବକଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଛି। ପ୍ରତ୍ୟେକ ସୋମବାର କମିଟିର ବୈଠକ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଏବଂ ପର୍ବପର୍ବାଣିର ସୁପରିଚାଳନା, ତଦାରଖ ଓ ସମୟାନୁବର୍ତ୍ତୀ କରିବା ପାଇଁ କମିଟି କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କମିଟି ସଭ୍ୟଙ୍କ ସହ ଯୋଗାଯୋଗ ପାଇଁ ସୁଦର୍ଶନ ପୂଜାପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଛି। ଝାଞ୍ଜପିଟା ମଠମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ କୁମାର ତିଆଡି କମିଟିର ସଭ୍ୟ ରହିଛନ୍ତି। ଏହାଛଡା ଛତିଶା ନିଯୋଗ ନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ତଳୁଚ୍ଛ ବାସୁଦେବ ମହାପାତ୍ର, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ହରେକୃଷ୍ଣ ପୁଷ୍ପାଳକ, ନାରାୟଣ ମହାସୁଆର, ଦାମୋଦର ପଣ୍ଡା, ହରିନାରାୟଣ ଖୁଣ୍ଟିଆ, ଜମ୍ବେଶ୍ବର ପଣ୍ଡା, ଗଣେଶ ଦାସମହାପାତ୍ର, ରାଜଗୋପାଳ ଖୁଣ୍ଟିଆ, ନାରାୟଣ ମେକାପ, ସନ୍ଦୀପ ମୁଦୁଲି, ଦାମୋଦର ମହାନ୍ତି ଓ ବିଶ୍ବନାଥ ସାମନ୍ତରାଙ୍କୁ କମିଟିରେ ଗ୍ରହଣ କରାଯାଇଛି। ଭାରପ୍ରାପ୍ତ ଅଧିକାରୀ (ନୀତି)ଙ୍କ ସମେତ ଶ୍ରୀମନ୍ଦିର କମାଣ୍ଡର ରବିନାରାୟଣ ମିଶ୍ର ଏବଂ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ କମିଟିରେ ରହିଥିବା ଜଣାପଡିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କମିଟି ଶ୍ରୀଜୀଉଙ୍କ ନୀତି ସୁପରିଚାଳନା ପାଇଁ କାର୍ଯ୍ୟ କରିବ ବୋଲି ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। କମିଟିରେ ବିଭିନ୍ନ ବର୍ଗର ସେବକଙ୍କୁ ସାମିଲ କରାଯାଇଛି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବାରେ ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ସହାୟକ ହେବବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories