www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ପ୍ରଭାବ : ୫ ହଜାର ରୁ ଅଧିକ କଏଦୀଙ୍କୁ ମୁକ୍ତ କରିପାରେ ପଞ୍ଜାବ

ଚଣ୍ଡିଗଡ : ପଞ୍ଜାବ ସରକାର ୫ ହଜାର ରୁ ଅଧିକ କଏଦୀଙ୍କୁ ମୁକ୍ତ କରି ପାରନ୍ତି। ଏନେଇ ରାଜ୍ୟ ଜେଲ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଏକ ବିବୃତ୍ତିରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ରାଜ୍ୟ ଜେଲରେ ବନ୍ଦୀ ଥିବା ପ୍ରାୟ ୫୮୦୦ କଏଦୀଙ୍କୁ ମୁକ୍ତ କରି ଦିଆଯିବା ପାଇଁ ସରକାରଙ୍କୁ ସୁପାରିଶ୍ କରିଛି।

ପଞ୍ଜାବ ଜେଲରେ ବର୍ତ୍ତମାନ ୬ ହଜାର କଏଦୀ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୮୦୦ କଏଦୀ ଛିନତାଇ ଭଳି ଛୋଟ ଘଟଣାରେ ସଂପୃକ୍ତ ଅଛନ୍ତି। ଅନ୍ୟ ୩ ହଜାର କଏଦୀ ହେଉଛନ୍ତି ଯେଉଁମାନେ କିଛି ଗ୍ରାମ ନିଶାସକ୍ତ ଅବସ୍ଥାରେ ଧରାପଡିଥିଲେ। ଏତତ୍ ବ୍ୟତୀତ ଅନ୍ୟ କଏଦୀମାନଙ୍କ ଅପରାଧକୁ ନେଇ ବିଚାର ବିମର୍ଷ କରାଯାଉଛି। ଡିଜିପି, ଏଡିଜିପି ଏବଂ ଏସପିଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ସମସ୍ତଙ୍କ ସହମତିରେ ନିଷ୍ପତ୍ତି ନିଆଯିବ।କରୋନା ପ୍ରଭାବରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories