www.samajalive.in
Saturday, December 6, 2025
14.1 C
Bhubaneswar

ମାଲକାନଗିରି ପୁଲିସ ନିକଟରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ୮ ଜଣ ମାଓବାଦୀ ବୁଧବାର ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲା ପୁଲିସ କାର୍ୟ୍ୟାଳୟରେ ଏସ୍ପି ଋଷିକେଶ ଖିଲାରୀ, ବିଏସ୍ଏଫ୍ କମାଣ୍ଡାଣ୍ଡ୍ ଏ.କେ. ଆର୍ୟ୍ୟଙ୍କ ସମ୍ମୁଖରେ ଦୁର୍ଦ୍ଦାନ୍ତ ମାଓବାଦୀ ସାମ୍ବା ଖାରା ଓରଫ ରଣଦେବ ଓରଫ ଦେବା ଆତ୍ମସମର୍ପଣ କରିଛି। ସାମ୍ବାର ଘର ମାଲକାନଗିରି ଜିଲାର ଲୁଚ୍ଛାପାଣି ଗ୍ରାମରେ। ୨୦୧୮ରୁ ଅଦ୍ୟାବଧି ଏକାଧିକ ଆଇଇଡି ବିସ୍ଫୋରଣ, ଗୁଳିବିନିମୟ, ନରହତ୍ୟା ଆଦି ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ସେହିଭଳି ମଧ୍ୟାହ୍ନ ୧୨ଟାରେ ମଧ୍ୟ ଜିଲା ପୁଲିସ କାର୍ୟ୍ୟାଳୟରେ ଅନ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଉ ୭ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳର ଏହି ମାଓବାଦୀମାନେ ହେଉଛନ୍ତି ଭାସ୍କର ଖିଲ୍ଲା ଓରଫ ବାସୁ, ଯୋଗୀ ଖାରା ଓରଫ ଯୋଗିଆ, ତ୍ରିନାଥ ଖିଲ୍ଲା, ରାଧବ ଖିଲ୍ଲା, ଖାତ୍ରୁ ହନ୍ତାଳ, ରଘୁରାମ ହନ୍ତାଳ ଓରଫ ଚିଙ୍ଗୁଡୁ ଏବଂ ନିନ୍ଦି ପାଙ୍ଗି। ସ୍ବାଭିମାନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ବାରା ଉନ୍ନୟନମୂଳକ କାର୍ୟ୍ୟ କରାଯାଉଥିବା ଅନୁଭବ କରିବା ସହ ମାଓ କାର୍ୟ୍ୟକଳାପ ଏସବୁ ଉନ୍ନତିରେ ବାଧା ସୃଷ୍ଟି କରୁଥିବା ଉପଲବ୍ଧି କରି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories