www.samajalive.in
Sunday, December 14, 2025
19.1 C
Bhubaneswar

ବୈଠକକୁ ଅଭିଭାବକ ନ ଆସିବାରୁ ପିଲାଙ୍କୁ ମିଳିଲା ଦଣ୍ଡ

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟ ପକ୍ଷରୁ ଡକାଯାଇଥିବା ଅଭିଭାବକ ବୈଠକକୁ କେତେକ ଅଭିଭାବକ ନଆସିବାରୁ ସେମାନଙ୍କ ପିଲାଙ୍କୁ ବାହାରେ ବର୍ଷାରେ ଠିଆ କରାଯାଇଥିବା ଅଭିଯୋଗ ହୋଇଛି । ଦଣ୍ଡମୁକ୍ତ ଅଂଚଳରେ ଅଭିଭାବକମାନଙ୍କ ପାଇଁ ପିଲାଙ୍କୁ ମିଳିଲା ଦଣ୍ଡ। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହେଲେ ଅଭିଯୋଗକୁ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ ଖଣ୍ଡନ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ଅଭିଭାବକ ବୈଠକକୁ କେତେକ ଅଭିଭାବକ ଆସି ନଥିଲେ। ଫଳରେ ଆଜି ବିଦ୍ୟାଳୟର ଅଧ୍ୟକ୍ଷା ତୁମ ଅଭିଭାବକମାନେ କାହିଁକି ଆସିଲେ ନାହିଁ ସେମାନଙ୍କୁ ଡାକିବାକୁ ପିଲାଙ୍କୁ କହିଥିଲେ। ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ହେଉଥିବାରୁ ଅଧ୍ୟକ୍ଷା ସେମାନଙ୍କୁ ଗେଟ ପାଖକୁ ଯାଇ ଅଭିଭାବକମାନଙ୍କୁ ଫୋନ କରି ଡାକିବାକୁ କହିଥିଲେ। ପିଲାମାନେ ଗେଟ ନିକଟରେ ଠିଆ ହୋଇ ସେମାନଙ୍କ ଅଭିଭାବକମାନଙ୍କୁ ଡାକିଥିଲେ। ଏହି ସମୟରେ ବର୍ଷା ହୋଇଥିଲା। ପିଲାମାନେ ବର୍ଷାରେ ଓଦା ହୋଇ ବିଦ୍ୟାଳୟ ପରିସର ମଧ୍ୟରେ ଗେଟ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଅଭିଭାବକମାନେ ସେଠାରେ ପହଂଚିଥିଲେ। ନିଜ ପିଲାମାନେ ବର୍ଷାରେ ଓଦା ହୋଇ ଠିଆ ହୋଇଥିବା ଦେଖି ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories