ହରଭଙ୍ଗା: ହରଭଙ୍ଗା ବ୍ଲକ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭାରତୀୟ କିଷାନ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ହରଭଙ୍ଗା ତହସିଲଦାରଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ଧଳପୁର ଚାଷୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ବାବଦ ରାଶି ତିରିଶ ଲକ୍ଷ ଟଙ୍କା ମିଳି ପାରିନଥିବା ନେଇ ପ୍ରତିନିଧି ମଣ୍ଡଳୀ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ ପଛେଇଥିବା ବେଳେ ବନ୍ୟାରେ ବାଲିଚର କ୍ଷତିପୂରଣ ପାଇଁ ଆକଳନ କରାନଗଲେ ଆସନ୍ତା ଜିଲ୍ଲାପାଳଙ୍କ ଜନଶୁଣାଣି ଦିନ ଚାଷୀଙ୍କ ପକ୍ଷରୁ ବିକ୍ଷୋଭ କରିବା ପାଇଁ ଚେତାବନୀ ଦେଇଥିଲେ।
Popular Categories



