www.samajalive.in
Wednesday, December 10, 2025
23.1 C
Bhubaneswar

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩) ପ୍ରାୟ ୩ ଘଣ୍ଟା ବିଳମ୍ବରେ ଉଡିବା ଯୋଗୁଁ ଯାତ୍ରୀମାନେ ହଙ୍ଗାମା କରିଛନ୍ତି। ସକାଳ ୫ଟା ୫ ମିନିଟରେ ଉଡିବାକୁ ଥିବା ବିମାନ ୮ଟା ୧୭ ମିନିଟରେ ଉଡିଥିଲା। ବିମାନ ବିଳମ୍ବ ଯୋଗୁଁ ଯାତ୍ରୀମାନେ ବୋର୍ଡିଂ ଗେଟ୍ ନିକଟରେ ଇଣ୍ଡିଗୋ କର୍ମଚାରୀଙ୍କ ଉପରେ ରାଗି ଯାଇ ଚିଲ୍ଲାଇଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତି ହେଉଥିବା ନଜର ଆସୁଛି। ଯାତ୍ରୀଙ୍କ କହିବାନୁସାରେ ବିମାନ ହେବା ନେଇ କୌଣସି ସୂଚନା ଦିଆଯାଇନଥିଲା କିମ୍ବା ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଅନେକ ଲୋକଙ୍କର ଦିଲ୍ଲୀରୁ ଆଗାମୀ କନେକ୍ଟିଂ ବିମାନ ମଧ୍ୟ ଚାଲିଯାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାରେ ଇଣ୍ଡିଗୋ ତରଫରୁ କୌଣସି ସୂଚନା ଦିଆଯାଇନି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଥିବା କୁହାଯାଇଛି। ସୂଚନାଯୋଗୁଁ ପୁଣେ-ଦିଲ୍ଲୀ ରୁଟରେ ଇଣ୍ଡିଗୋର ଏହି ସକାଳ ବିମାନ ହୋଇଥାଏ। ଅଧିକାଂଶ ବ୍ୟବସାୟ ଓ ଜରୁରୀ କାମରେ ଲୋକେ ଯାତ୍ରା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ୩ ଘଣ୍ଟା ବିଳମ୍ବ ଯୋଗୁଁ ଅନେକ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହୋଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories