www.samajalive.in
Monday, December 15, 2025
16.1 C
Bhubaneswar

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩) ପ୍ରାୟ ୩ ଘଣ୍ଟା ବିଳମ୍ବରେ ଉଡିବା ଯୋଗୁଁ ଯାତ୍ରୀମାନେ ହଙ୍ଗାମା କରିଛନ୍ତି। ସକାଳ ୫ଟା ୫ ମିନିଟରେ ଉଡିବାକୁ ଥିବା ବିମାନ ୮ଟା ୧୭ ମିନିଟରେ ଉଡିଥିଲା। ବିମାନ ବିଳମ୍ବ ଯୋଗୁଁ ଯାତ୍ରୀମାନେ ବୋର୍ଡିଂ ଗେଟ୍ ନିକଟରେ ଇଣ୍ଡିଗୋ କର୍ମଚାରୀଙ୍କ ଉପରେ ରାଗି ଯାଇ ଚିଲ୍ଲାଇଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତି ହେଉଥିବା ନଜର ଆସୁଛି। ଯାତ୍ରୀଙ୍କ କହିବାନୁସାରେ ବିମାନ ହେବା ନେଇ କୌଣସି ସୂଚନା ଦିଆଯାଇନଥିଲା କିମ୍ବା ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଅନେକ ଲୋକଙ୍କର ଦିଲ୍ଲୀରୁ ଆଗାମୀ କନେକ୍ଟିଂ ବିମାନ ମଧ୍ୟ ଚାଲିଯାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାରେ ଇଣ୍ଡିଗୋ ତରଫରୁ କୌଣସି ସୂଚନା ଦିଆଯାଇନି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଥିବା କୁହାଯାଇଛି। ସୂଚନାଯୋଗୁଁ ପୁଣେ-ଦିଲ୍ଲୀ ରୁଟରେ ଇଣ୍ଡିଗୋର ଏହି ସକାଳ ବିମାନ ହୋଇଥାଏ। ଅଧିକାଂଶ ବ୍ୟବସାୟ ଓ ଜରୁରୀ କାମରେ ଲୋକେ ଯାତ୍ରା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ୩ ଘଣ୍ଟା ବିଳମ୍ବ ଯୋଗୁଁ ଅନେକ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହୋଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories