www.samajalive.in
Saturday, December 6, 2025
16.1 C
Bhubaneswar

ପିତାଙ୍କ ପୋଷାକରେ ପାର୍ଥିବ ଶରୀରକୁ ସମ୍ମାନ ଜଣାଇଲା ଦୁଇ ବର୍ଷର ପୁଅ

ଅରିୟାଲୁର : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଏବେ ସାରା ଦେଶ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ତିମ ବିଦାୟ ଜଣାଉଛି। ତେବେ ସିଆରପିଏଫର ସହିଦ ଯବାନ ଶିବଚନ୍ଦ୍ରନଙ୍କୁ ତାଙ୍କର ଦୁଇ ବର୍ଷର ପୁଅ ସୈନିକ ପୋଷାକରେ ସାଲ୍ୟୁଟ ଦେଇ ସମ୍ମାନ ଜଣାଇଛି।
ତାମିଲନାଡୁର ଅରିୟାଲୁର ଶିବଚନ୍ଦ୍ରନ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ। ତାଙ୍କ ପାର୍ଥିବ ଶରୀର ନିଜ ଘରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଶେଷ ଯାତ୍ରାରେ ସାମିଲ ହେବା ପାଇଁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପହଞ୍ଚିିଥିଲେ। ତିରଙ୍ଗାରେ ଘୋଡାଇ ହୋଇ ରହିଥିବା ଏକ କଫିନକୁ ସମସ୍ତେ ସାଲ୍ୟୁଟ କରୁଥିଲେ ଏବଂ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ। ଏହା ଦେଖି ପୁତ୍ର ଶିବମୁନିୟନ କିଛି ଭାବିବା ପୂର୍ବରୁ ସମସ୍ତେ କାନ୍ଦୁଥିବା ଦେଖି କାନ୍ତି ପକାଇଥିଲା।
ଶିବଚନ୍ଦ୍ରନଙ୍କ ପତ୍ନୀ ଗାନ୍ଧୀମଥୀ କିନ୍ତୁ ଲୁହ ଓ କୋହକୁ ଛାତିିରେ ଚାପି ରଖି ଦୁଇ ବର୍ଷର ପୁଅକୁ ସ୍ୱାମୀଙ୍କ ପୁରୁଣା ପୋଷାକ ପିନ୍ଧାଇ ଦେଇଥିଲେ। ସେହିପରି ଶିବଚନ୍ଦ୍ରନଙ୍କ ପିତା ମଧ୍ୟ ନିଜ ପୁଅର ପୁରୁଣା ପୋଷାକ ପିନ୍ଧି ଶେଷ ଶେଭାଯାତ୍ରାରେ ସାମିଲ ହୋଇଥିଲେ। ଉଭୟ ଜେଜେ ଓ ନାତି ୟୁନିଫର୍ମରେ ଶିବଚନ୍ଦ୍ରନଙ୍କୁ ସାଲ୍ୟୁଟ ଦେଇ ବିଦାୟ ଶ୍ରଦ୍ଧଞ୍ଜାଳି ଜଣାଇଥିଲେ। ଗତ ଶନିବାର ଶିବଚନ୍ଦ୍ରନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଶିବଚନ୍ଦ୍ରନଙ୍କ ପତ୍ନୀ ଗାନ୍ଧୀମଥୀ ଜଣେ ତାଲିମପ୍ରାପ୍ତ ସେବିକା, ଏବେ ସେ ଗର୍ଭବତୀ ଅଛନ୍ତି। ତାମିଲନାଡୁ ସରକାର ସହିଦଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ସହିତ ପରିବରରୁ ଜଣଙ୍କୁ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି। ତେବେ ଶିବଚନ୍ଦ୍ରନଙ୍କ ମୃତ୍ୟୁ ସବୁଠାରୁ ଅଧିକ ଦୁଃଖ ଦେଇଛି ତାଙ୍କ ପିତାଙ୍କୁ କାରଣ ଦୁଇ ବର୍ଷ ପୂର୍ବେ ଚେନ୍ନଇରେ ଏକ ଦୁର୍ଘଟଣାରେ ସେ ନିଜ ସାନ ପୁଅକୁ ହରାଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories