www.samajalive.in
Wednesday, December 10, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା; ବସିପାରିଲାନି ସେବାୟତ ଓ ପ୍ରଶାସନ ମଧ୍ୟରେ ବୈଠକ

ଆରଡି: ଆଉ ମାତ୍ର ୧୪ଦିନ ପରେ ଅର୍ଥାତ ମାର୍ଚ୍ଚ ୪ ସୋମବାର ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା (ମହାଶିବରାତ୍ରି) ପାଳନ କରାଯିବ। ଏଥିପୂର୍ବରୁ ପ୍ରତିବର୍ଷ ଭଳି ମନ୍ଦିରର ସମସ୍ତ ନୀତିକାନ୍ତି, ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ପୀଠରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ପରିମଳ ଆଦି ବିଷୟରେ ଉଭୟ ମନ୍ଦିରର ସେବାୟତ ଓ ପ୍ରଶାସନ ମଧ୍ୟରେ ସ୍ଥିର କରାଯାଇଥାଏ। କିନ୍ତୁ ଚଳିତବର୍ଷ ମଣିବାବାଙ୍କ ମନ୍ଦିର ଓ ପୀଠର କେତେ ଗୁଡିଏ ସମସ୍ୟାକୁ ନେଇ ବାରମ୍ବାର ସେବାୟତଙ୍କ ପକ୍ଷରୁ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନାହାନ୍ତି। ଏ ନେଇ ମନ୍ଦିରର ସେବାୟମାନେ ପ୍ରଶାସନିକ ବୈଠକକୁ ବର୍ଜନ କରିଥିଲେ। ତାହାସହ ଜାଗରଯାତ୍ରା ଦିନ ମଣିବାବାଙ୍କର କିପରି ନୀତିକାନ୍ତି ଅନୁଷ୍ଠିତ ହେବ ସେଥିପାଇଁ ସେବାୟତଙ୍କ ପକ୍ଷରୁ ସ୍ଥିର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ପୀଠରେ ଲାଗି ରହିଥିବା ସମସ୍ୟାର ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷପ ନିଆଯାଉନଥିବା ବେଳେ ସେବାୟତଙ୍କ ସହ ବୈଠକ କରାନଯିବା ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପଟେ ଜିଲାସ୍ତରୀୟ ବୈଠକରେ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ମରାମତି, ପାନୀୟଜଳ ଯୋଗାଣ ବ୍ୟବସ୍ଥା, ୩ଦିନ ଧରି ନିରବିଛିନ୍ନ ବିଦ୍ୟୁତ ସେବା, ପରିମଳ ବ୍ୟବସ୍ଥା , ସ୍ୱାସ୍ଥ୍ୟସେବା ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ବିଭାଗ ପକ୍ଷରୁ ପୀଠରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ପାରିନଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ଚଳିତ ଜାଗର ଯାତ୍ରାରେ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସାମଗମ ହେବାର ସମ୍ଭାବନା ରହିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଯେପରି ତପ୍ତରତା ଦେଖା ଦେବା କଥା ତାହା ପ୍ରଶାସନ ନିରବତାରୁ ବାରି ହୋଇ ପଡୁଛି। ବିଶେଷକରି ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ନିର୍ମାଣ। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ଢଳି ରହିଥିବା ବେଳେ ତାର ଗୁଡିକ ଅନେକ ସ୍ଥାନରେ ଝୁଲି ରହିଛି। ଅନ୍ୟପଟେ ପୀଠକୁ ଆସୁଥିବା ୪୦ଭାଗ ଶ୍ରଦ୍ଧାଳୁ ଭକ୍ତ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟରେ ପାରି ହୋଇ ଆସିଥାନ୍ତି। ଗତବର୍ଷ ଜିଲାପ୍ରଶାସନର ନିଷ୍ପତ୍ତି କ୍ରମେ ସଂଧ୍ୟାରୁ ନଦୀଘାଟ ଗୁଡିକ ବନ୍ଦ ରହିବା ଫଳରେ ପଡୋଶୀ ଜିଲାର ଶ୍ରଦ୍ଧାଳୁ ଭକ୍ତମାନେ ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନରୁ ବଞ୍ଚିତ ରହିଥିଲେ। ଚଳିତବର୍ଷ ଉଭୟ ନଦୀଘାଟରେ ଯେପରି ୨୪ଘଣ୍ଟିଆ ନଦୀପାରି ବ୍ୟବସ୍ଥା ରହିବ ସେଥିପାଇଁ ଜିଲା ପ୍ରଶାସନ ପୁନଃ ବିଚାର କରିବା ପାଇଁ ରାଜ୍ୟ ଭକ୍ତ ମହାସଂଘ ଦାବି କରିଛି। ବିଶେଷକରି ଜାଗର ଯାତ୍ରା ଦିନ ମଣିବାବାଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କର ଦର୍ଶନରେ ସମୟ ନୀର୍ଘଣ୍ଟ ଉଭୟ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥାଏ। ଏପର୍ଯ୍ୟନ୍ତ ସେବାୟତ ଓ ପ୍ରଶାସନ ମଧ୍ୟରେ କୈାଣସି ଆଲୋଚନା ହୋଇ ନଥିବାରୁ ସମୟ ନୀର୍ଘଣ୍ଟ କିପରି ଭାବେ ସ୍ଥିର କରାଯିବ ତାହା ଆଶା ଆଶଙ୍କା ମଧ୍ୟରେ ରହି ଯାଇଛି। ଏପରି ଘଟଣା ସର୍ମ୍ପକରେ ମନ୍ଦିର ଅଧିକାରିଙ୍କୁ ପଚାରିବାରୁ ମନ୍ଦିରରେ ଜୈନିକ ଦାତାଙ୍କ ପକ୍ଷରୁ ରଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟାନ କାର୍ଯ୍ୟ ପାଇଁ ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଚିଠି ପଠାଯାଇଛି। ଏହାସହ ଖୁବଶିଘ୍ର ସେବାୟତମାନଙ୍କୁ ନେଇ ଜାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories