www.samajalive.in
Saturday, December 6, 2025
16.1 C
Bhubaneswar

ପୁଲୱାମା ଘଟଣାକୁ ୫ବର୍ଷ: ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ୫ ବର୍ଷ । କଳା ଦିବସର ସ୍ମରଣ ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଦେଶବାସୀ। ସାରା ଦେଶ ଆଜି ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରୁଛି । ୧୪ ଫେବୃଆରୀ ୨୦୧୯ ମସିହା ଦ୍ୱିପ୍ରହର ୩ଟା ୩୦ ମିନିଟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା।  ସହିଦ ହୋଇଥିଲେ ୪୦ ଭାରତୀୟ ବୀର । ଯେଉଁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସଙ୍କର ଜୀବନ ଯାଇଥିଲା । ସହିଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି । ୫ ବର୍ଷ ପୂର୍ବରୁ ଆଜିର ଦିନରେ ୪୦ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ। ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories