ପବିତ୍ର ବସନ୍ତପଞ୍ଚମୀ: ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ, ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା
ଭୁବନେଶ୍ବର: ବୁଧବାର ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମାଆ ସରସ୍ବତୀ। ସରସ୍ବତୀ ହେଉଛନ୍ତି ଜ୍ଞାନର ଦେବୀ। ତେଣୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମାଆଙ୍କୁ ସ୍ବତନ୍ତ୍ର ଭାବରେ ଆରାଧନା କରାଯାଉଛି। ସକାଳୁ ସକାଳୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯାଇଛନ୍ତି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ । ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଉଛି। ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ।
Comments are closed.