ପବିତ୍ର ଶ୍ରୀପଞ୍ଚମୀ: ବୁଧବାରଠୁ ରଥ ନିର୍ମାଣ ପାଇଁ ଅନୁକୂଳ ହେବ ରଥକାଠ
ପୁୂରୀ: ବୁଧବାର ପବିତ୍ର ଶ୍ରୀପଞ୍ଚମୀ। ଏଥିଲାଗି ପୁରପଲ୍ଲୀ ଉତ୍ସବମୂଖରିତ ହୋଇଉଠିଛି। ସବୁଟି ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କୁ ଆରାଧନା କରାଯାଉଛି। ଏହି ଅବସରରେ ଆଜିର ତିଥିରେ ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯିବ । ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନି ଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ପରମ୍ପରା ଅନୁଯାୟୀ ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମା ସରସ୍ବତୀଙ୍କୁ ପୂଜାର୍ଚ୍ଚନା ପରେ ରଥଖଳାରେ ୩ ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହ ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବ , ସେ ନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯିବ।
Comments are closed.