www.samajalive.in
Sunday, December 14, 2025
17.1 C
Bhubaneswar

କେଶରେ ବାନ୍ଧି ଟାଣି ଟାଣି ନେଲେ ଭ୍ୟାନ

ଲଣ୍ଡନ: ଜଣେ ମହିଳା ନିଜ କେଶରେ ଏକ ଭ୍ୟାନକୁ ବାନ୍ଧି ତାକୁ ଏକ ପେଟ୍ରୋଲ ପମ୍ପକୁ ଟାଣି ଟାଣି ନେବାର ରେକର୍ଡ କରିଛନ୍ତି । ଆନାସ୍ତେସିଆ ନାମକ ଏହି ମହିଳା ଜଣକ କେନ୍ଦ୍ରୀୟ ଲଣ୍ଡନରେ ବାସ କରନ୍ତି । ସଂପ୍ରତି ବ୍ରିଟେନରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ କାର ମାଲିକମାନେ ଭୟରେ ଘରୁ ଗାଡି ବାହାର କରୁନାହାନ୍ତି । ଗୋଟିଏ ଗୋଟିଏ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଭର୍ତ୍ତି କରିବାକୁ ଗାଡିଗୁଡିକର ସୁଦୀର୍ଘ ଧାଡି ଲମ୍ବୁଛି । ଅନେକ ପେଟ୍ରୋଲ ପମ୍ପ ତେଲ ଅଭାବରୁ ବନ୍ଦ ରହିଛି । ଏହାକୁ ନେଇ ଦେଶବାସୀ ଏକ ସଙ୍କଟଜନକ ପରିସ୍ଥିତିରେ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ୩୪ ବର୍ଷ ବୟସ୍କା ଆନାସ୍ତେସିଆ ନାମକ ଏହି ମହିଳା ଜଣକ ଜିଦ୍‌ରେ ନିଜେ ନିଜ ଗାଡିକୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେବାକୁ ସ୍ଥିର କଲେ । ତାଙ୍କ ଗାଡିରୁ ପେଟ୍ରୋଲ ସରି ଯାଇଥିଲା । ଅନ୍ୟ କାହାର ସାହାଯ୍ୟ ନନେବାକୁ ସେ ନିଜ କେଶରେ ଭ୍ୟାନକୁ ବାନ୍ଧି ପେଟ୍ରୋଲ ପମ୍ପକୁ ନେଲେ । ରାସ୍ତାରେ ତାଙ୍କୁ ଲୋକମାନେ ଆଶ୍ଚର୍ଯ୍ୟରେ ଚାହିଁ ରହିଥାନ୍ତି । କିନ୍ତୁ କାହାପ୍ରତି ତାଙ୍କର ନଜର ନଥିଲା । ତାଙ୍କର ଜିଦ୍‌ ଥିଲା, ସେ ନିଜ ଭ୍ୟାନକୁ ପେଟ୍ରୋଲ ପମ୍ପରେ ପହଞ୍ଚାଇବେ । ଶେଷରେ ସେ ନିଜ ଭ୍ୟାନକୁ ସେଠାରେ ପହଞ୍ଚାଇ ତେଲ ଭର୍ତ୍ତି କରିଥିଲେ ।
ତେବେ ଜଣାଯାଇଛି ଯେ ପୂର୍ବରୁ ମଧ୍ୟ ଆନାସ୍ତେସିଆ ଅନେକ ଥର ଏହିଭଳି ଦୁଃସାହସିକତା ପ୍ରଦର୍ଶନ କରିଛନ୍ତି । ତାଙ୍କୁ ପାଖାପାଖି ୨୦ ବର୍ଷରୁ କିଛି ଅଧିକ ବୟସ ହୋଇଥିବାବେଳେ ସେ ବାୟୋକେମିଷ୍ଟ୍ରି ପାଠ ପଢା ଛାଡି ସର୍କସରେ ନିଜର ବୃତ୍ତି ଆରମ୍ଭ କରିଥିଲେ । ସେବେଠାରୁ ସେ ନିଜ କେଶକୁ ନେଇ ଦୁଃସାହସିକତା ପ୍ରଦର୍ଶନ କରିବା ଜାରି ରଖିଛନ୍ତି । ତାଙ୍କ ମତରେ କେଶରେ ଭ୍ୟାନକୁ ବାନ୍ଧି ଟାଣିବା ଏକ ସର୍କସ କଳା ଏବଂ ଏହା ଶହ ଶହ ବର୍ଷ ଧରି ରହିଆସିଛି । ଏହିଭଳି କଳା ପ୍ରଦର୍ଶନ କରୁଥିବା ଯୁବତୀ ଓ ମହିଳାମାନେ ନିଜ କେଶକୁ ଏକ ସ୍ଥାନରେ ବାନ୍ଧି ଶୂନ୍ୟରେ ଝୁଲିରହିବା ସହିତ ଆକ୍ରୋବାଟିକ ଅଭିନୟ ପ୍ରଦର୍ଶନ କରିଥାନ୍ତି । ଅବଶ୍ୟ ଏଥିରେ ଜଣକୁ ଅନେକ ଯନ୍ତ୍ରଣା ହୋଇଥାଏ, ତାଙ୍କ ଜୀବନ ପ୍ରତି ଆପଦ ରହିଥାଏ ଏବଂ ନିଜ କେଶକୁ ମଜଭୁତ ରଖିବାକୁ ତାଙ୍କୁ ଅନେକ ଖର୍ଚ୍ଚ କରିବାକୁ ପଡିଥାଏ । ଆନାସ୍ତେସିଆ ନିଜ କେଶକୁ ମଜଭୁତ ରଖିବାକୁ ପ୍ରତିଦିନ ଦୁଇ ବୋତଲ କଣ୍ଡିସନର ବ୍ୟବହାର କରନ୍ତି । ନିଜ କେଶକୁ ସେ ୯ କୋଟି ଟଙ୍କାରେ ବୀମା ମଧ୍ୟ କରାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories