ଆବଶ୍ୟକ ସାମଗ୍ରୀ
ବାସୁମତୀ ଚାଉଳ – ୩କପ
ଆଳୁ – ୨ଟି
କଟା ବିନସ – ଅଳ୍ପ
କଟା ଗାଜର – ଅଳ୍ପ
ମଟର – ଅଳ୍ପ
କାଜୁ – ୬ରୁ ୭ଟି
ବାଦାମ – ୨ ଚାମଚ
ଗୋଟା ଜିରା – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ଏକ ପାତ୍ରରେ ବତୁରାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କାଜୁ ଓ ବାଦାମକୁ ଭାଜି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପୁଣି ସେହି ତେଲରେ ଜିରା ପକାନ୍ତୁ। ଜିରା ଭାଜିବା ପରେ ଆଳୁ, ବିନସ, ଗାଜର, ମଟର ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଅଳ୍ପ ପାଣି ଦେଇ ଏହାକୁ କିଛି ସମୟ ସିଝାଇ ଦିଅନ୍ତୁ। ଏହାପରେ ଏଥିରେ କଞ୍ଚାଲଙ୍କା, ଧନିଆ ଗୁଣ୍ଡ, ବାଦାମ, କାଜୁ, ଲୁଣ , ବତୁରାଇଥିବା ଚାଉଳକୁ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଘୋଡ଼ାଇ ଦେଇ ଗ୍ୟାସରେ ୧୦ ମିନିଟ ବସାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।



