www.samajalive.in
Saturday, December 6, 2025
16.1 C
Bhubaneswar

ପୂଜାର୍ଚ୍ଚନାରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗୃହରେ ନିୟମିତ ସକାଳେ ଓ ସନ୍ଧ୍ୟାରେ ପୂଜା କରନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ କେତେକ ସାଧାରଣ କଥା ପ୍ରତି ସଭିଏଁ ଧ୍ୟାନ ଦେଇ ନଥାଆନ୍ତି। ଯାହା ଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏ ବିଷୟରେ ….
ନିୟମିତ ଭଗବାନଙ୍କ ସମ୍ମୁଖରେ ଧୂପ, ଦୀପ ଲଗାନ୍ତୁ। ମାତ୍ର ଏହାକୁ ପାଟିରେ କି ହାତରେ ଲିଭାନ୍ତୁ ନାହିଁ।
ଭଗବାନ ସୂର୍ଯ୍ୟଙ୍କର ୭ଥର, ଗଣେଶଙ୍କର ୩ ଥର, ବିଷ୍ଣୁଙ୍କର ୪ ଥର , ଶିବଙ୍କ ନିକଟରେ ଅଧା ପରିକ୍ରମା କରିବା ଉଚିତ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
ପ୍ରଭୁ ଗଣେଶ, ମା’ ଦୁର୍ଗା, ଶିବ, ବିଷ୍ଣୁ ଓ ସୂର୍ଯ୍ୟଙ୍କୁ ପଞ୍ଚ ଦେବତା କୁହାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଓ ନିୟମିତ ପଞ୍ଚଦେବତାଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ଘରେ ବିଶେଷ ପୂଜା ସମୟରେ କଳସ ସ୍ଥାପନ, ଘରର ମୁଖ୍ୟ କବାବରେ ସ୍ୱସ୍ତିଷ୍କ ଚିହ୍ନ କରନ୍ତୁ।
ପ୍ରଭୁ ଶିବଙ୍କ ପୂଜାରେ ତୁଳସୀ, କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ।
ବିନା ସ୍ନାନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ।
ଭଗବାନଙ୍କୁ ଚନ୍ଦନ, କୁଙ୍କୁମ ଆଦି ଲଗାଇବା ସମୟରେ ଅନାମିକା ଆଙ୍ଗୁଠି ବ୍ୟବହାର କରନ୍ତୁ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories