ସିଆରପିଏଫ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : ଓଡ଼ିଶା ସେକ୍ଟର ତଥା ଚତୁର୍ଥ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁରଙ୍କ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ କମାଣ୍ଟେଣ୍ଟ ପ୍ରଭାକର ଉପାଧ୍ୟାୟ, ଇ/୦୪ ବାଟାଲିୟନ କାମ୍ପାନୀ କମାଣ୍ଡେଣ୍ଟ ଇନ୍ସପେକ୍ଟର ଟି. ରାଧାକ୍ରିଷ୍ଣାଙ୍କ ତତ୍ୱାବଧାନରେ ଆଜି ଲାଞ୍ଜିଗଡ଼ ବ୍ଲକ ବିଜେପୁର ସିଆରପିଏଫ କ୍ୟାମ୍ପ ପରିସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଥ ବାଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି କରିବା,ଜନସାଧାରଣଙ୍କୁ ସଚେତନ କରାଇବା ଜନସମ୍ପର୍କରେ ଉନ୍ନତି ଆଣିବା ଏବଂ ଗ୍ରାମବାସୀଙ୍କୁ ଦେଶର ସ୍ୱାର୍ଥରେ ସର୍ବଦା ସଠିକ୍ ପଥ ଅନୁସରଣ କରିବା ଓ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପୁର ଅଞ୍ଚଳର ୬୦ରୁ ଉର୍ଦ୍ଧ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଚତୁର୍ଥ ବାଟାଲିୟନ ପକ୍ଷରୁ ସିଆରପିଏଫ କ୍ୟାମ୍ପରେ ୨୦ଦିନ ଧରି ମହମ, ସିଲେଇ ଓ କାଗଜ ପ୍ଲେଟ ତିଆରି ପାଇଁ ମାଗଣା ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ ପରେ ଆଜି ମହିଳାମାନଙ୍କୁ ସିଲେଇ ମେସିନ, ମହମ ତିଆରି ମେସିନ ଓ କାଗଜ ପ୍ଲେଟ ତିଆରି ମେସିନ ମାଗଣାରେ ପ୍ରାଦନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଁ ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନ ସଂଯୋଜକ ଚିତ୍ତରଞ୍ଜନ ନନ୍ଦ ସନ୍ନମାନିତ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ବିଜେପୁର ଥାନା ଅଧିକାରୀ ବିଶ୍ୱମ୍ବର କୋହଁର,ଟୀକା ମାଝୀ ସମେତ ବିଜେପୁର ସ୍କୁଲ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ । ଜନସାଧାରଣଙ୍କୁ ଦ୍ୱିତୀୟ କମାଣ୍ଡେଣ୍ଟ ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ’ ଗ୍ରାମବାସୀମାନେ ନିଜ ଦେଶର କଲ୍ୟାଣ ଓ ବିକାଶ ପାଇଁ ପ୍ରଶାସନ ତଥା ସରକାରଙ୍କୁ ସମର୍ଥନ କରିବା ଆବଶ୍ୟକତା ରହିଛି ବୋଲି ଗାଁର ଲୋକଙ୍କୁ ସମ୍ବୋଧିତ କରିଥିବା ବେଳେ ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ ବିଷୟରେ ସୂଚନା ଦେଇଥିଲେ ଏବଂ ସମାଜ ତଥା ଦେଶର ବିକାଶ ପାଇଁ ସ୍ୱୟଂ ନିଯୁକ୍ତି ପାଇବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ, ମହିଳା ଉପସ୍ଥିତ ରହିଥିବାବେଳେ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ଲୋକଙ୍କୁ ଉତ୍ସାହିତ କରିଥିଲେ । ନୃତ୍ୟ ପରିବେଷଣ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ସିଆର ପିଏଫ ଯବାନ ସହଯୋଗ କରିଥିଲେ ।
Comments are closed.