www.samajalive.in
Monday, December 15, 2025
17.1 C
Bhubaneswar

ପଣ୍ଡିତ କେଦାରନାଥ ଷଢ଼ଙ୍ଗୀଙ୍କ ପରଲୋକ

ଚୌଦ୍ୱାର : ଚୌଦ୍ୱାର ଦିବ୍ୟ ଜୀବନ ସଂଘର ସଭାପତି, ଜଗନ୍ନାଥ ଭକ୍ତ ସମାଜ କାର୍ଯ୍ୟକାରୀ ସଭାପତି, ବୈଦିକ ବ୍ରାହ୍ମଣ ସଭାର ବ୍ଲକ ସଭାପତି ତଥା ଓଟିଏମ ହନୁମାନ ମନ୍ଦିରର ପରିଚାଳନା କମିଟି ମୁଖ୍ୟ କେଦାରନାଥ ଷଡଙ୍ଗୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ଆଜକୁ କିଛିଦିନ ହେବ ଚିକିତ୍ସାଧୀନ ଥିଲେ। ଗୁରୁବାର ଭୋର ସମୟରେ ସେ ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।ସ୍ୱର୍ଗତ ଷଢ଼ଙ୍ଗୀ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିଲେ । ସେ ଅଞ୍ଚଳରେ ବିଭିନ୍ନ ଧାର୍ମିକ, ସମାଜିକ, ଶୈକ୍ଷିକ ତଥା ସାଂସ୍କୃତିକ ଅନୁଷ୍ଠାନ ପ୍ରତିଷ୍ଠା କରିବା ସହିତ ବହୁ ଅନୁଷ୍ଠାନର ପରିଚାଳନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଦିବ୍ୟ ଜୀବନ ସଂଘ, ଜଗନ୍ନାଥ ଭକ୍ତ ସମାଜ, ବ୍ରହ୍ମଣ ସାମଜ, ହନୁମାନ ମନ୍ଦିର ଆଦି ଅନୁଷ୍ଠାନର ବହୁ କର୍ମକର୍ତ୍ତା ଏବଂ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଯାଜଭୈରବ ନୂଆଗାଁସ୍ଥିତ ବାସ ଭବନରେ ପହଞ୍ଚି ଶୋଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଚୌଦ୍ୱାର ସହର ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ବଡ଼ପୁଅ ଦେବୀ ପ୍ରସାଦ ମୁଖାଗ୍ନି ଦେଇଥିଲେ ।ତାଙ୍କର ୨ପୁଅ, ଗୋଟିଏ ଝିଅ ଏବଂ ପରିବାରର ସମସ୍ତ ସଦସ୍ୟ ମର ଶରୀର ନିକଟରେ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories