www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ପ୍ରଦେଶ କଂଗ୍ରେସ କମିଟି ବୈଠକ ମୋହନା ବ୍ଲକ୍ ଅନ୍ତର୍ଗତ ପିଣ୍ଡିକି ଗ୍ରାମ ନିକଟ ରମେଶ ତୋଟାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ  ଦାସରଥି ଗମାଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ପ୍ରଦେଶ କଂଗ୍ରେସ କମିଟିର  ଶୁଭେନ୍ଦୁ ମହାନ୍ତି, ଗଞ୍ଜାମ-ଗଜପତି  ରାଜିବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ସଂଯୋଜକ ବିସ୍ମୟ ମହାପାତ୍ର , ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ୟ୍ୟନାରାୟଣ ପାତ୍ର, ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା,ଅଡ୍‌ବା ଜିଲ୍ଲା ପରିଷଦ ସଭ୍ୟ ବାଳକୁଷ୍ଣ ମଳିକ , ଜିଲ୍ଲା ପ୍ରତିନିଧି ଜୁନା ମାଝୀ, ନୂଆଁଗଡ଼ ବ୍ଳକ୍ କଂଗ୍ରେସ ସାଧାରଣ ସଂପାଦକ ତଥା ସରପଞ୍ଚ ମିନ ମଣ୍ଡଳ, ରାଉଦୟଗିରି ଉପାଧକ୍ଷ , ନୂଆଁଗଡ଼ ବ୍ଳକ୍ ଚେୟାରମେନ ଗୁରୁବା ଏ ମଣ୍ଡଳ,ନୂଆଁଗଡ଼ ବ୍ଲକ କଂଗ୍ରେସ ସଭାପତି ଯାକୋବ ରାଇକା, ରାଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକୋବ ମାଝୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ହରିହର ସାହୁ, ରମେଶ ବିଷୋୟୀ, ପ୍ରଶନ୍ନ ବିଷୋୟୀ ଆଦି ୩ ଶହରୁ ଉର୍ଦ୍ଧ୍ଵ କର୍ମୀ ଉପସ୍ଥିତ ଥିଲେ। ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ବୈଠକରେ ନେତା ଓ ବରିଷ୍ଠ କର୍ମୀମାନେ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା, ବିଭିନ୍ନ ପଞ୍ଚାୟତ ସ୍ତରରେ କମିଟି ଗଠନ କରିବା, ଟଙ୍କା ପଛରେ ନ ଗୋଡାଇ ଦଳକୁ ସୁଦୃଢ କରିବା, ବ୍ଳକରେ ଖାଲିପଡିଥିବା ପଦବୀଗୁଡ଼ିକୁ ରାଜ୍ୟ ସରକାର ତୁରନ୍ତ ପୂରଣ କରିବା, କଂଗ୍ରେସକର୍ମୀଙ୍କୁ ପ୍ରଶାସନ ପକ୍ଷରୁ ଅଣାଦେଖା କରିବା, ହରଭଙ୍ଗୀ ଡ୍ୟାମର ଜଳକୁ ମୋହନା ବ୍ଲକବାସୀ ପାଇବା ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ମୋହନା ବ୍ଳକ ଅନ୍ତର୍ଗତ ବୁଲୁଡ଼ାପଙ୍କା ଗ୍ରାମର ଜୁନେଶ ଶବର ,ବଡ଼ସିଦ୍ଧବା ପଞ୍ଚାୟତର, ତାରିଣୀ ବେହର ଦଳାଇ,ପେଦ୍ର ମାଝୀ ବିଧାୟକଙ୍କ ପ୍ରେରଣା ଓ ସାହାଯ୍ୟ ମନୋବୃତ୍ତିରେ ଆକୃଷ୍ଟ ହୋଇ ଯୋଗ ଦେଇଥିବା କହିଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ନିଜ ହାତ ପାଣ୍ଠିରୁ କଟାମା ପଞ୍ଚାୟତବାସୀଙ୍କ ହିତ ଦୃଷ୍ଟିରୁ ଏକ ଆମ୍ବୁଲାନସ୍ ଅଳ୍ପ ଦିନ ମଧ୍ୟରେ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।ଏହି ସମ୍ମିଳନୀରେ ରା ଉଦୟଗିରି, ମୋହନା, ରାୟଗଡ଼,ନୂଆଁଗଡ଼ ବ୍ଳକ୍ରର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories