www.samajalive.in
Monday, December 15, 2025
27.1 C
Bhubaneswar

ଅଘୋଷିତ ବିଦ୍ୟୁତ୍‍କାଟର ପ୍ରତିବାଦ  

କେନ୍ଦୁଝରଗଡ: ଅଘୋଷିତ ବିଦ୍ୟୁତ୍‍କାଟ  ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜିଲା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିସିସି ସାଧାରଣ ସମ୍ପାଦିକା ତଥା ପର୍ଯ୍ୟବେକ୍ଷକ ମନୋଜମଞ୍ଜରୀ ଦେବୀ ଯୋଗଦେଇ ବିଜେଡି ଓ ବିଜେପି ସରକାରଙ୍କ ଦୁର୍ନୀତି, ଅତ୍ୟାଚାର ସ ଅନ୍ୟାୟ ବିରୁଦ୍ଧରେ ବକ୍ତବ୍ୟ ଦେବାସହ ରାଜ୍ୟବ୍ୟାପୀ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍କାଟ ଓ ଅହେତୁକ ବିଦ୍ୟୁତ୍‍ ମୂଲ୍ୟ ବୃଦ୍ଧିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଯୋଗଦେଇ ଅଘୋଷିତ ବିଦ୍ୟୁତ୍‍କାଟ ଓ ଅହେତୁକ ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ଦୃଢ଼ ପ୍ରତିବାଦ କରିବା ସହ ଯେଉଁଭଳି ଭାବେ ଘନ ଘନ ଅଘୋଷିତ ବିଦ୍ୟୁତ୍‍କାଟ ହେଉଛି ତାହା ଉପଭୋକ୍ତାଙ୍କୁ ନିରାଶ କରିଥିବା ବେଳେ ଏଥିରେ ପରିବର୍ତ୍ତନ ନହେଲେ ଆଗାମୀ ଦିନରେ ସାଧାରଣ ଜନତା ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥଲେ । ପିସିସି ସମ୍ପାଦକ ସଂଗ୍ରାମ ଦାସ ଯୋଗଦେଇ ବିଦ୍ୟୁତ୍‍ ବିତରଣ ଦାୟିତ୍ୱ ଟାଟା କମ୍ପାନୀ ହାତକୁ ନେବା ପରଠାରୁ ଜିଲାରେ ଯେଭଳି ଭାବେ ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‍କାଟ ଜାରି ରହିଛି ଏଥିରେ ତ୍ୱରିତ୍‍ ସୁଧାର ନଆସିଲେ ଉପଭୋକ୍ତା ବାଧ୍ୟ ଟାଟା ପାୱାର କାର୍ଯ୍ୟାଳୟ ଘୋରଉ କରି ସମସ୍ତ କାର୍ଯ୍ୟ ଅଚଳ କରିଦେବେ ବୋଲି ସତର୍କ କରାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ଉସଭାପତି ବସନ୍ତ କୁମାର ଦାସ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସଙ୍ଗୀତା ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories