www.samajalive.in
Thursday, December 11, 2025
15.1 C
Bhubaneswar

ଫନି କ୍ଷତିଗ୍ରସ୍ତଙ୍କ ଆଇନ ଅମାନ୍ୟ ଆନ୍ଦୋଳନ; ପୁଲିସ ପକ୍ଷରୁ ଲାଠି ଚାଳନା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଫନି କ୍ରିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଂଗଠନ, ପୁରୀ ଜିଲ୍ଲା ତରଫରୁ ସହାୟତା ଦାବୀ କରି ଏକାଦଶ ଥର ନିମନ୍ତେ ଗଣଧାରଣା ଓ ଆନ୍ଦୋଳନ କରାଯାଇଛି। ପୂର୍ବରୁ ଅନୁଷ୍ଠିତ ୧୦ମ ଥର ଗଣଧାରଣା ଓ ଆନ୍ଦୋଳନ ସମୟରେ ପ୍ରଶାସନ ତରଫରୁ ପୂର୍ବପରି ବିପନ୍ନଙ୍କ ନାମ ତାଲିକା ମଗାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରା ଯାଇନାହିଁ। ପୁନର୍ବାର ନାମ ତାଲିକା ମଗାଯିବାରୁ ଆନ୍ଦୋଳନକାରୀମାନେ ତହସିଲ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିବା ନିମନ୍ତେ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ତରଫରୁ ମୃଦୁ ଲାଠି ଚାଳନା କରାଯାଇ ଆନ୍ଦୋଳନକାରୀଙ୍କୁ କାର୍ଯ୍ୟାଳୟ ପରିସରରୁ ବାହାର କରି ଦିଆଯାଇଥିଲା। ପୁଲିସ ଲାଠି ଚାଳନାରେ ୪୮ଜଣ ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡିଛି।

ଗତ ତା ୩-୫-୨୦୧୯ ରିଖରେ ଫନି ବାତ୍ୟାରେ ସତ୍ୟବାଦୀ ବ୍ଲକରେ ଅଧିକରୁ ଅଧିକ କ୍ଷତି ଘଟିଥିଲା। ଲୋକମାନେ ବାସହରା ହୋଇ ସେବେଠାରୁ ଆଜି ପର୍ଯ୍ୟନ୍ତ ପଲିଥିନ ତଳେ ବଞ୍ଚିଛନ୍ତି। ସତ୍ୟବାଦୀରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ଘରଟିଏ ପାଇବାରୁ ବଞ୍ଚିତ ଅଛନ୍ତି। ବାରମ୍ବାର ତହସିଲ ଅଫିସ ଆଗରେ ଫନି ବିପନ୍ନଙ୍କ ଧାରଣା, ପ୍ରଶାସନ ତରଫରୁ ମିଥ୍ୟା ପ୍ରତିଶୃତି ଓ ପ୍ରତିଶୃତି ପ୍ରଦାନ କରିଥିବା ଅଧିକାରୀଙ୍କ ବଦଳି କରାଯାଇ ଆଜି ପର୍ଯ୍ୟନ୍ତ ବିପନ୍ନମାନଙ୍କୁ ଧୋକା ଦିଆ ଚାଲିଛି। ପ୍ରତ୍ୟେକ ଥର ତଦନ୍ତ କରାଯିବ ଓ ବିପନ୍ନମାନଙ୍କୁ ସହାୟତା, କ୍ଷତିପୂରଣ ଓ ପକ୍କାଘର ଦିଆଯିବ ବୋଲି ଆନ୍ଦୋଳନକାରୀମାନଙ୍କୁ ବୁଝାଇ ଦିଆ ଯାଇଥିଲା। ଶନିବାର ସତ୍ୟବାଦୀ ତହସିଲ ଅଫିସ ଆଗରେ ଫନି କ୍ରିୟାନୁଷ୍ଠାନ ତରଫରୁ ସତାଧିକ ମହିଳା ଓ ପୁରୁଷ ତହସିଲ ଅଫିସ ଘେରାଉ କରିବା ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଉତକ୍ଷିପ୍ତ ଲୋକେ ତହସିଲ ଗେଟ ଭଙ୍ଗାରୁଜା କରିବା ସହିତ ପୁଲିସ ସହିତ ଧସ୍ତାଧସ୍ତି ହୋଇ ଜବରଦସ୍ତ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ ଉଦ୍ୟମ କରି ଧାରଣାରେ ବସି ରହିଥିଲେ। ଗଣଧାରଣା ସମୟରେ ଆନ୍ଦୋଳନକାରୀ ରୀନା ମଲ୍ଲିକ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତୁରନ୍ତ କ୍ଷତିପୂରଣ ଦାବୀ କରି ଆନ୍ଦୋଳନକାରୀମାନେ ତହସିଲ କାର୍ଯ୍ୟାଳୟ ପରିସରକୁ ପ୍ରବେଶ ଉଦ୍ୟମ କରିଥିଲେ। ଏହି ଧସ୍ତାଧସ୍ତି ସମୟରେ ସଶସ୍ତ୍ର ପୁଲିସ ରଞ୍ଜନ କୁମାର ଦଳେଇ ଆହତ ହୋଇଥିଲେ।

- Advertisement -

ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆଜି ପର୍ଯ୍ୟନ୍ତ ସହାୟତା ପାଇ ପାରି ନଥିବା ଫନି ବିପନ୍ନଙ୍କ ଯାଞ୍ଚ କରାଯାଇ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟ ସିଂ ପ୍ରତିଶୃତି ପ୍ରଦାନ କରିଥିଲେ। ଶନିବାର ସନ୍ଧ୍ୟାରେ ଆନ୍ଦୋଳନକାରୀମାନେ ଫେରି ଯାଇଥିଲେ। ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଥିଲେ। ସଭାପତି ପ୍ରାଣନାଥ ବିଶ୍ୱାଳ, ବସନ୍ତ ପ୍ରଧାନ, ଶରତ ପ୍ରଧାନ, ପଦ୍ମନାଭ ମିଶ୍ର, ବାବୁଲି ପ୍ରଧାନ, ପ୍ରଭାତ ଚୌଧୁରୀ, ଅକ୍ଷୟ ପ୍ରଧାନ, ହଟ ରାଉତ, ବିଷ୍ଣୁପ୍ରିୟା ରଥ,ପୀତାମ୍ବରୀ ଦାସ, ରୀନା ମଲ୍ଲିକ ଓ ଉର୍ମିଳା ମଲ୍ଲିକଙ୍କ ସମେତ ଅନ୍ୟମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories