www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ଦିନେ ଇଲେକ୍ଟ୍ରିକ୍‍ ବାଇକର ଏପରି ନିଅନ୍ତୁ ଯତ୍ନ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଦିନରେ ଇଲେକ୍ଟ୍ରିକ୍‍ ବାଇକ୍‍ ଓ ସ୍କୁଟିର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି । ଟିକିଏ ବି ଅସାବଧାନତା ଆପଣଙ୍କ ଗାଡିକୁ ବଡ ବିପଦ ପହଞ୍ଚାଇପାରେ । କେବଳ ଏତିକି ନୁହେଁ, ବର୍ଷା ପରେ ଇଲେକ୍ଟ୍ରିକ ବାଇକ ଏବଂ ସ୍କୁଟର ସଭିର୍ସିଂ କରିବା ଜରୁରୀ । ଯେପରି ଆମେ ପେଟ୍ରୋଲ ଚାଳିତ ଯାନ ଉପରେ ବିଶେଷ ଧ୍ୟନ ଦେଉଛେ ସେପରି ଇଲେକ୍ଟ୍ରିକ ଦୁଇ ଚକିଆ ଯାନର ସମୟ ଭିତରେ ସଭିର୍ସିଂ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷା ଋତୁରେ ଲଗାତାର ବର୍ଷା ଯୋଗୁ ଇ-ବାଇକ୍‍ କିମ୍ବା ସ୍କୁଟର ବର୍ଷାରେ ସମ୍ପୂର୍ଣ୍ଣ ଓଦା ହୋଇଯାଏ, ତେବେ ଆପଣଙ୍କୁ ଥରେ ସର୍ଭିସ୍‍ ସେଣ୍ଟରକୁ ଯିବା ଉଚିତ । ଇଲେକ୍ଟ୍ରିକ୍‍ ବାଇକ୍‍ କିମ୍ବା ସ୍କୁଟରର ସର୍ଭିର୍ସିଂ କରିବା ସମୟରେ, ଏହାର ବ୍ୟାଟେରୀ ମଧ୍ୟ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ । ବ୍ୟାଟେରୀର ଅବସ୍ଥା କିପରି ରହିଛି ତାହା ଆପଣ ଜାଣିପାରିବେ ।

ଯଦି ଆପଣଙ୍କର ଏକ ପ୍ରିମିୟମ୍‍ ଇଲେକ୍ଟ୍ରିକ୍‍ ବାଇକ ତେବେ ଏଥିରେ କୁଲଣ୍ଟ ପାଇଁ ଏକ ପୃଥକ ବାକ୍ସ ଅଛି, ଯାହା ବ୍ୟାଟେରୀର ତାପମାତ୍ରାକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ତେବେ କୁଲଣ୍ଟକୁ ନିୟମିତ ଭାବରେ ଯାଞ୍ଚ କରିବା ଉଚିତ । ତେବେ ଯଦି କୁଲଣ୍ଟର ସ୍ତର କମ୍‍ ତେବେ ଏହାକୁ ଟପ୍‍ ଅପ୍‍ କରିବା ଉଚିତ । ଏହା ବ୍ୟତୀତ ବାଇକ୍‍ ବ୍ରେକ୍‍ ମଧ୍ୟ ଯାଞ୍ଚ କରନ୍ତୁ । ଇଲେକ୍ଟ୍ରିକ ବାଇକକୁ ସିଧାସଳକ ସୂର୍ଯ୍ୟ କିରଣରେ ପାର୍କ କରନ୍ତୁ ନାହିଁ । କାରଣ ଗ୍ରୀଷ୍‍ମ ଋତୁରେ ଇଲେକ୍ଟ୍ରିକ ବାଇକର ବ୍ୟାଟେରୀର ତାପମାତ୍ରା ବଢିଯାଏ, ଯାହା ଫଳରେ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories