www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ପହଲଗାଓଁରେ କ୍ୟାବିନେଟ ବୈଠକ କରିବେ ଓମାର

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଆତଙ୍କବାଦୀଙ୍କୁ କଡ଼ା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପହଲଗାଓଁରେ କ୍ୟାବିନେଟ ବୈଠକ କରିବାକୁ ଯାଉଛି। ଓମାରଙ୍କ କ୍ୟାବିନେଟ ବୈଠକ ମଙ୍ଗଳବାର ବସିବ। ତେବେ ପହଲଗାଓଁର କେଉଁ ସ୍ଥାନରେ ବୈଠକ କରାଯିବ ତାହା ସାର୍ବଜନୀନ କରାଯାଇ ନାହିଁ।

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଯୋଗୁ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ପର୍ଯ୍ୟଟଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ତେଣୁ ପର୍ଯ୍ୟଟକମାନଙ୍କ ମନରେ ବିଶ୍ଵାସ ଫେରାଇ ଆଣିବା ଏବଂ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେବା ଲାଗି ଓମାର ଏହି ଯୋଜନା କରିଛନ୍ତି। ପ୍ରଥମ ଥର ଲାଗି ଜାମ୍ମୁ ଏବଂ ଶ୍ରୀନଗରକୁ ଛାଡ଼ି ଅନ୍ୟତ୍ର ଏକ ବାହ୍ୟ ସ୍ଥାନରେ କ୍ୟାବିନେଟ ବୈଠକ ହେବାକୁ ଯାଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories