www.samajalive.in
Saturday, December 6, 2025
14.1 C
Bhubaneswar

ସ୍ତ୍ରୀ ପୁଲିସ, ସ୍ଵାମୀ ଚେନ ଲୁଟେରା; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ସ୍ତ୍ରୀ ପୁଲିସ ଚାକିରି କରିଛନ୍ତି। କିନ୍ତୁ ହେଉଛି ଚେନ ଲୁଟେରା। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ। ଜଣେ ମହିଳା କନଷ୍ଟେବଳଙ୍କ ସ୍ଵାମୀଙ୍କୁ ପୁଲିସ ଚେନ ଲୁଟ୍‌ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତଠାରୁ ଚୋରି ସୁନା ଚେନ, ଲକେଟ୍‌, ମୋବାଇଲ ଫୋନ ସମେତ ଏକ ବୁଲେଟ୍‌ ଜବତ ହୋଇଛି। ଅଭିଯୁକ୍ତ ନାଁ ହେଉଛି ଶୁଭମ ରାଜପୁତ।

ତେବେ ସ୍ତ୍ରୀ ପୁଲିସ ଚାକିରି କରିଥିବା ସତ୍ବେ ସ୍ଵାମୀ କାହିଁକି ଚେନ୍‌ ଲୁଟ କଲା ତାହା ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ନିଜ ସ୍ତ୍ରୀଙ୍କୁ ବଡ଼ ଉପହାର ଦେବା ଲାଗି ଶୁଭମ ଲୁଟ୍‌ କରୁଥିବା ସ୍ଵୀକାର କରିଛନ୍ତି। ଗତ ୨୨ ତାରିଖରେ ସରୋଜିନୀନଗର ଥାନା ଅନ୍ତର୍ଗତ ତ୍ରିମୂର୍ତ୍ତି ନଗରରେ କଲୋନୀ ନିବାସୀ ମହିଳା କୃଷ୍ଣା ଦେବୀ ଲୋକବନ୍ଧୁ ରୋଡ୍‌ର ସ୍କାଇ ହିଲଟନ ନିକଟରେ ଯାଉଥିବାବେଳେ ପଛରୁ ବୁଲେଟ୍‌ରେ ଆସି ଶୁଭମ ତାଙ୍କ ବେକରୁ ଚେନ ଛିଡ଼ାଇ ନେଇଯାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ପ୍ରାୟ ୫୦୦ ସିସିଟିଭି କ୍ୟାମେରା ଯାଞ୍ଚ କରିବା ରେ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା।

- Advertisement -

ପଚରାଉଚରାରୁ ଜଣାପଡ଼ିଛି ଯେ, ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଶୁଭମ ଏକ ଗହଣା ଦୋକାନରେ କାମ କରୁଥିଲେ। ପରେ ନିଜର ଏକ ଦୋକାନ କରିଥିଲେ। କିନ୍ତୁ କ୍ଷତି ହେବାରୁ ତାହାକୁ ଭରଣା କରିବା ଲାଗି ଲୁଟ୍‌ କରୁଥିଲେ। ପରେ ନିଜ ସ୍ତ୍ରୀଙ୍କୁ ଏକ ଭଲ ଉପହାର ଦେବା ଲାଗି ସେ ନିୟମିତ ଲୁଟ୍ କରୁଥିବା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories