ଫୁଲବାଣୀ: ବର୍ତ୍ତମାନ ଡିଜିଟାଲ ଯୁଗରେ ଟଙ୍କା ଉଠାଣ ଠାରୁ ପାଠ ପଢା ଏମିତି କି ସରକାରୀ କାର୍ଯ୍ୟ ହେଉ କି ସମସ୍ତ ଅନଲାଇନ ସେବା ହେଉ ସବୁଠି ନେଟୱାର୍କର ଆବଶ୍ୟକତା ରହିଛିା କେଉଁଠି ଜନସାଧାରଣ ବାରମ୍ବାର ନେଟସେବା ପାଇଁ ଟାୱାର ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦାବୀ କରୁଥିବା ବେଳେ ପ୍ରଶାସନ ତରଫରୁ ଟାୱାର ନିର୍ମାଣ ମଧ୍ୟ କିଛି ସ୍ଥାନରେ ସରିଛି କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ନେଟୱାର୍କ ସେବାରୁ ବଞ୍ଚିତ ହୋଇଛନ୍ତି ଜନସାଧାରଣ । ଏମିତି କିଛି ଗାଁରେ ଟାୱାର ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷ ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ କ୍ଷମ ହୋଇ ପାରୁନାହିଁ ଯାହାକୁ ନେଇଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆ ପଞ୍ଚାୟତ ଲାମ୍ବାପଦର ଗାଁରେ ନିର୍ମାଣ ହୋଇ ଥିବା ବିଏସଏନଏଲ ଟାୱାର ଦୀର୍ଘ ଦିନ ହେବ କାର୍ଯ୍ୟ ସମାପ୍ତ ହୋଇ ଥିଲେ ମଧ୍ୟ କାମ ସାରିବାର ପ୍ରାୟ ୨ ବର୍ଷ ହେବ ନେଟ ସଂଯୋଗ ହୋଇ ନାହିଁ ଯାହା ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଫିରିଙ୍ଗିଆ ବ୍ଲକ ଠାରୁ ଲାମ୍ବପଦର ଗାଁକୁ ମାତ୍ର ଦଶ କିମି ଦୁର ଲାମ୍ବପଦର ଗାଁକୁ ଲାଗି ତବିନିପଦର, ପଥଖୋଲ, ଗୋଛାସାହି, ମାଣ୍ଡିଲି, ଗାଁ ଭଳି ୭ ରୁ ୮ ଟି ଗାଁ ରହିଛି ପାଖାପାଖି ୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଶତାଧିକ ଘର ମଧ୍ୟ ରହିଛି ଅନ୍ୟାନ୍ୟ ସେଭଳି ନେଟୱାର୍କର ସୁବିଧା ନାହିଁ । ଯାହାଦ୍ୱାରା ଅଞ୍ଚଳବାସୀ କୌଣସି ନେଟୱାର୍କ ନ ଥିବାରୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି, ଗାଁରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଅଛି ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢି ପାରୁନାହାନ୍ତି ଓ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି ଟାୱାରକୁ କାର୍ଯ୍ୟକ୍ରମ କରାଯାଉନଥିବାରୁ ଅସନ୍ତୋଷ ଦେଖା ଦେବା ସହ ଆଗାମୀ ଦିନରେ ଯଦି ଏହି ବିଏସଏନଏଲ୍ ନେଟ ୱାର୍କ ସଂଯୋଗ କରା ନ ଯାଏ ତେବେ ୭ ରୁ ୮ ଟି ଗାଁର ଲୋକେ ବିଏସଏନଏଲ୍ କାର୍ଯ୍ୟାଳୟ ଫୁଲବାଣୀରେ ଧାରଣାରେ ବସିବେ ବୋଲି ସଂଜୀବ କୁମାର ଦିଗାଲ, ସରପଞ୍ଚ ଲାଲମୋହନ କହଁର, ୱାର୍ଡ ସଭ୍ୟା ପଦ୍ମିନୀ କହଁର, ଉମାଚରଣ ଦିଗାଲ, ଜନେକିଶୋର କହଁର, ତୁଣିଆ କହଁର ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।



