www.samajalive.in
Sunday, December 14, 2025
26.1 C
Bhubaneswar

ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ନୋଏଡା କୋବ୍ରା ମାମଲାରେ ଅଭିଯୁକ୍ତ ୟୁ-ଟ୍ୟୁବର ଏଲଭିଶ୍ ଯାଦବ ଓ ପଞ୍ଜାବୀ ଗାୟକ ରାହୁଲ ଯାଦବ ଫାଜିଲପୁରିଆଙ୍କ ପ୍ରାୟ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏଥିରେ ଫାଜିଲପୁରିଆଙ୍କ ବିଜନୌର ଜିଲାରେ ଥିବା ୩ ଏକର ଚାଷ ଜମି ସାମିଲ ଯାହାକୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ଏହା ବ୍ୟତୀତ ଉଭୟଙ୍କ ବ୍ୟାଙ୍କ ଖାତାରେ ଜମା ପ୍ରାୟ ୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଇଡି ।

ଇଡିର ଯାଞ୍ଚ ପରେ ଜଣାପଡିଛି କି ଫାଜିଲପୁରିଆଙ୍କ ଗୀତ ’୩୨ ବୋର’ରେ ୟୁଟ୍ୟୁବରୁ ହୋଇଥିବା ୫୨ ଲକ୍ଷ ଟଙ୍କାର ଆୟର ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସମ୍ପତ୍ତି ଜବତ ହୋଇଛି । ଏହା ବ୍ୟତୀତ ଗୀତ ସୁଟିଂ କରିଥିବା ଚଣ୍ଡୀଗଡର ସ୍କାଇ ଡିଜିଟାଲ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ପ୍ରାୟ ୨ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । କହିରଖୁଛୁ ଇଡି ଗତ କିଛି ଦିନ ହେବ ଏଲଭିଶି ଯାଦବ ଓ ଫାଜିଲପୁରିଆଙ୍କୁ ରାଜଧାନୀ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିଲା । ଇଡି ଉଭୟଙ୍କ ଅଧିକ ସମ୍ପତ୍ତିର ଖୋଳତାଡ କରୁଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories