ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ୍। ବିଧାନସଭାରୁ ତାଙ୍କୁ ସଂସଦକୁ ପଠାଯାଉଛି। ଏହା ମୋ ପାଇଁ ସରପ୍ରାଇଜ୍ ଥିଲା। ସଂସଦରେ ସେ ଓଡିଶାର ହିତ ପାଇଁ ଲଢେଇ କରିବେ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ , ନିର୍ଦ୍ଦେଶ ଦେବେ । ତାହା ସେ ପାଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନିଅନ୍ତି । ଭାବିଚିନ୍ତି ନିଅନ୍ତି । ଖାଲି ଏତିକି ନୁହେଁ ବିଧାୟକ ପ୍ରାର୍ଥୀ ହେବାକୁ ଇଚ୍ଛା ଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଗ୍ରହଣ କରୁଛି ବୋଲି ଦେବାଶିଷ କହିଛନ୍ତି । ସେପଟେ କଟକ ଜିଲ୍ଳା ବିଜେଡି ସଭାପତି ତଥା ବରିଷ୍ଠ ବିଜେଡି ନେତା ମଙ୍ଗଳବାର ରାଜ୍ୟସଭା ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ଦଳ ସୁପ୍ରିମୋ ନିଷ୍ପତ୍ତି ନେଇଥିବାରୁ ଦେବାଶିଷ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
Popular Categories



