www.samajalive.in
Saturday, December 6, 2025
26.1 C
Bhubaneswar

ଶରୀରକୁ ଶକ୍ତି ଯୋଗାଇବ ଏହି ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ସକାଳୁ ସକାଳୁ କିଛି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ରାତି ସାରା ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇବା ସହ ଲାଭଦାୟକ ହୋଇଥାଏ। ସେହି ଖାଦ୍ୟ ଭିଜାଇବା ଦ୍ୱାରା ସେଥିରେ ଥିବା ପୋଷଣ ହାର ବଢିଥାଏ। ତାହା ଖାଇବା ଦ୍ୱାରା ଥକାପଣ ଦୂର ହେବା ସହ ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ସବୁ ଖାଦ୍ୟ କଣ ଯାହାକୁ ଭିଜାଇ ସକାଳୁ ଖାଇବେ ଚାଲନ୍ତୁ ଜାଣିବା . . .

ଭିଜା କିସ୍‍ ମିସ୍‍: ରାତିରେ କିସମିସ୍‍ କୁ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା, ପେଟ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ କାର୍ୟ୍ୟ କରିଥାଏ। ଏଥିପାଇଁ ଆମେ ସଂକ୍ରମଣରୁ ରକ୍ଷା ପାଇଥାଉ।

- Advertisement -

ଗଜା ବୁଟ: ସକାଳୁ ଖାଲି ପେଟରେ ଗଜା ବୁଟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ବୁଟକୁ ରାତିସାରା ଭିଜାଇ ରଖି ସକାଳେ ଖାଇଲେ ଶରୀରକୁ ଦୁଇଗୁଣ ଶକ୍ତି ମିଳିଥାଏ। ଏଥିରେ ପ୍ରୋଟିନ୍‍ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି। ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସକାଳେ ଏହାକୁ ନିଶ୍ଚିତ ଖାଆନ୍ତୁ। ଏହା ଶରୀରକୁ ଶକ୍ତି ମଧ୍ୟ ଯୋଗାଏ।

ଭିଜା ଆଲମଣ୍ଡ: ଶରୀରରେ ପୁଷ୍ଟିକର ଅଭାବ ପୂରଣ କରିବା ପାଇଁ ଭିଜା ଯାଇଥିବା ଆଲମଣ୍ଡ ଏକ ଉତ୍ତମ ବିକଳ୍ପ। ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ବାଦାମକୁ ରାତି ସାରା ଭିଜାଇ ରଖିବା ଦ୍ୱାରା ପୋଷଣ ଅଧିକ ମିଳିଥାଏ। ସକାଳେ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହାଇ କୋଲେଷ୍ଟ୍ରଲରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ସ୍ମରଣ ଶକ୍ତି ବଢିଥାଏ।

ଗଜା ମୁଗ: ରାତି ସାରା ମୁଗକୁ ଭିଜାଇବା ପରେ ସକାଳେ ଏହାକୁ ଖାଇବା ଦ୍ୱାରା ପେଟ ରୋଗରୁ ମୁକ୍ତ ମିଳିଥାଏ। କୋଷ୍ଠକାଠିନ୍ୟ ପାଇଁ ଭିଜାଇଥିବା ମୁଗ ମେଡିସିନ ଠାରୁ ଭଲ କାମ କରିଥାଏ। ଗଜା ମୁଗ ଖାଇବା ଦ୍ୱାରା ଓଜନ କମିଥାଏ ଏବଂ ଏହା ଅତ୍ୟନ୍ତ ଶରୀର ପାଇଁ ଲାଭଦାୟକ ହୋଇଥାଏ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories