www.samajalive.in
Sunday, December 7, 2025
23.1 C
Bhubaneswar

ଟୋକିଓ ପାରା ଅଲିମ୍ପିକ୍‌ସରେ ପ୍ରମୋଦ, ସ୍ବପ୍ନ ପୂରଣ ହେଲା, ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ

କଟକ : ଓଡ଼ିଶା କ୍ରୀଡ଼ା ପାଇଁ ଖୁସି ଖବର। ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା -୨୦୨୦ ପାଇଁ ହାସଲ କରିଛନ୍ତି। ପ୍ରମୋଦ ରାଜ୍ୟର ପ୍ରଥମ ପାରା କ୍ରୀଡ଼ାବିତ୍‌ମାନେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରମୋଦ ଏସ୍‌ଏଲ -୩ ପୁରୁଷ ସିଙ୍ଗଲ୍‌ସ ବିଭାଗରେ ଅଂଶଗ୍ରହଣ କରିବେ। ଏ ନେଇ ଭାରତୀୟ ପାରା ଅଲିମ୍ପିକ୍‌ସ କମିଟି ଓ ବିଶ୍ବ ବ୍ୟାଡ଼ମିଣ୍ଟନ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଟୋକିଓ ପାରା ଅଲିମ୍ପିକ୍‌ସ ଲାଗି ପ୍ରମୋଦଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍‌ସ ଏସ୍‌ଏଲ-୪ ବର୍ଗରେ ତରୁଣ ତୁରଣ, ପୁରୁଷ ସିଙ୍ଗଲ୍‌ସ ଏସ୍‌ଏଚ୍‌-୬ରେ କ୍ରିଷ୍ଣା ନାଗର ଯୋଗ୍ୟତା ହାସଲ କରିଛନ୍ତି। ବରଗଡ ଜିଲା ଅତାବିରା ଗ୍ରାମର ସ୍ବର୍ଗତ କୈଳାସ ଭଗତ ଓ କୁସମ ଦେବୀଙ୍କ ପୁତ୍ର ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଅନ୍ତର୍ଜାତୀୟସ୍ତରରେ ୫୨ ଟି ଓ ଜାତୀୟସ୍ତରରେ ୪୮ଟି ପଦକ ବିଜୟୀ ହୋଇଛନ୍ତି। ସେଥିମଧ୍ୟରୁ ୨୦୧୩ ଦୋତ୍ତମୁଣ୍ଡ ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍, ୨୦୧୫ ଲଣ୍ଡନ ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ରେ ପୁରୁଷ ସିଙ୍ଗଲ୍‌ସ ବିଭାଗରେ ସ୍ବର୍ଣ୍ଣ, ୨୦୧୯ ବାସିଲ ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ, ୨୦୧୯ ଆଇୱାଜ ବିଶ୍ବ କ୍ରୀଡ଼ା ସାରଜାରେ ସ୍ବର୍ଣ୍ଣ ପଦକ ପ୍ରମୁଖ ବିଜୟୀ ହୋଇଛନ୍ତି। ଏହାଛଡ଼ା ଏସିଆନ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌, ଏସିଆନ ଚମ୍ପିଆନସିପ୍‌ ଆଦିରେ ମଧ୍ୟ ପ୍ରମୋଦ ସିଙ୍ଗଲ୍‌ସ ଓ ଡବଲ୍ସ ବିଭାଗରେ ପଦକ ବିଜୟୀ ହୋଇଛନ୍ତି। ପ୍ରମୋଦ ୨୦୧୯ ବର୍ଷରେ ଅନ୍ତର୍ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ପଦକ ବିଜୟୀ ହୋଇ ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ ନେଇ ଆଗରେ ରହିଥିଲେ। ଏହି ସଫଳତା ପରେ ପ୍ରଶିକ୍ଷକ ଶିବପ୍ରସାଦ ଦାସ, ପାରା ସ୍ପୋର୍ଟ୍ସ ଆସୋସିଏସନ ଅଫ ଓଡ଼ିଶା ସମ୍ପାଦକ ଲୋକନାଥ୍ ମହାନ୍ତି, ସଭାପତି କମଳାକାନ୍ତ ରଥ, କୋଷାଧ୍ୟକ୍ଷ ସୁନୀଲ ପ୍ରଧାନ ପ୍ରମୁଖ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

pic courtcy odisha bytes

ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିବା ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ଅଭିଳାସ ରହିଥାଏ। ଯାହା ମୋର ମଧ୍ୟ ଥିଲା। ପାରା ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିବା ନେଇ ଦୀର୍ଘ ୧୦ ବର୍ଷ ହେବ ସଂଘର୍ଷ କରି ଆସୁଥିଲି। ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିବା ପରେ ବହୁତ ଖୁସି ଲାଗୁଛି। ମୋ କ୍ରୀଡ଼ା କ୍ୟାରିୟରର ଗୋଟିଏ ସ୍ବପ୍ନ ପୂରଣ ହୋଇଛି। ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିୟୀ ହେବା ନେଇ ମୋର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ପ୍ରମୋଦ କହିଛନ୍ତି। ଟୋକିଓ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ହାତରେ ଆଉ କମ୍‌ ସମୟ ରହିଛି। ଅଲିମ୍ପିକ୍‌ସ ପ୍ରସ୍ତୁତି ନେଇ ଏବେ ଲକ୍ଷ୍ନୌରେ ଭାରତୀୟ ପାରା ବ୍ୟାଡ଼ମିଣ୍ଟନ ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ନିକଟରୁ ପ୍ରଶିକ୍ଷଣ ହାସଲ କରୁଛି। ବିଶ୍ବ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌, ଏସିଆନପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ ଓ ଏସୀୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ଠାରୁ ପାରା ଅଲିମ୍ପିକ୍‌ସ କ୍ରୀଡ଼ା ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ମୁଁ ପ୍ରସ୍ତୁତ ଅଛି। ସ୍ବର୍ଣ୍ଣ ପଦକ ବିଜୟୀ ନେଇ ଦୃଢ ଆଶାବାଦୀ ବୋଲି ପ୍ରମୋଦ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories