www.samajalive.in
Friday, December 5, 2025
27.1 C
Bhubaneswar

ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ଫଳ: ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର, ୩୮୯ ପରିକ୍ଷାର୍ଥୀ କୃତକାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର ହୋଇଛନ୍ତି। ସେହିପରି ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଶୋଭନ ପଟ୍ଟନାୟକ ୩ୟ ସ୍ଥାନରେ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ମୋଟ ୩୮୯ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ଝିଅ ରହିଛନ୍ତି। ଶ୍ରେଷ୍ଠ ୧୦ ସ୍ଥାନରେ କେବଳ ଜଣେ ମାତ୍ର ଝିଅ  ରହିଥିବାବେଳେ ୯ ଜଣ ପୁଅ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ଫୟେଜ ଅହମ୍ମଦ କାଦରି ୪ର୍ଥ ସ୍ଥାନରେ ଥିବାବେଳେ, ୫ମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ଵାଇଁ, ସପ୍ତମରେ ଶୈଳେଶ ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ୯ମରେ ଚିନ୍ମୟ କୁମାର ପାଢ଼ୀ ଏବଂ ଦଶମ ସ୍ଥାନରେ ମିଲନ ମହାପାତ୍ର ରହିଛନ୍ତି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories