www.samajalive.in
Saturday, December 13, 2025
23.1 C
Bhubaneswar

ସକ୍ରିୟ ରାଜନୀତିରେ ନେହେରୁ-ଗାନ୍ଧୀ ପରିବାରର ୧୦୦ ବର୍ଷରେ ପ୍ରିୟଙ୍କାଙ୍କ ପ୍ରବେଶ

ଭୁବନେଶ୍ୱର (ମହେଶ ଶର୍ମା) : ଭାରତୀୟ ରାଜନୀତିରେ ନେହେରୁ-ଗାନ୍ଧୀ ପରିବାରର ଯଥେଷ୍ଟ ପ୍ରଭାବ ରହିଛି। ଚଳିତ ବର୍ଷ ହେଉଛି ନେହେରୁ-ଗାନ୍ଧୀ ପରିବାରର ସକ୍ରିୟ ରାଜନୀତିର ୧୦୦ ବର୍ଷ। ଆଉ ଏହି ସମୟରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।


ଗତ ଶୁକ୍ରବାର ଭୁବନେଶ୍ୱରରେ ଏକ ବୁଦ୍ଧିଜୀବୀ ସମ୍ମେଳନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କ ବିଷୟରେ ମନଖୋଲି ମତ ବ୍ୟକ୍ତ କରିଛନ୍ତି। ପିଲାଙ୍କ ପାଠପଢା ଯୋଗୁଁ ପ୍ରିୟଙ୍କା ବିଳମ୍ବରେ ସକ୍ରିୟ ରାଜନୀତିରେ ଯୋଗଦେଲେ। ଅନ୍ୟପକ୍ଷରେ ସେ ପ୍ରିୟଙ୍କାଙ୍କୁ ପରୋକ୍ଷରେ କଂଗ୍ରେସର ତାରକା ପ୍ରଚାରକ ବୋଲି କହିଛନ୍ତି। ପ୍ରିୟଙ୍କା ଯେଉଁଠିକି ପ୍ରଚାର କରିବାକୁ ଚାହିଁବେ ସେଠାକୁ ଯାଇପାରିବେ ବୋଲି ରାହୁଲ କହିଛନ୍ତି। ତେବେ ତାଙ୍କ ଅନୁମତି ନିଆଯାଇ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।

- Advertisement -

ତେବେ ଭାରତୀୟ ରାଜନୀତିରେ ନେହେରୁ-ଗାନ୍ଧୀ ପରିବାରର ବେଶ ଭଲ ପ୍ରଭାବ ରହିଛି। ଚଳିତ ବର୍ଷ ହେଉଛି ନେହେରୁ-ଗାନ୍ଧୀ ପରିବାରର ସକ୍ରିୟ ରାଜନୀତିର ୧୦୦ ବର୍ଷ। ମୋତିଲାଲ ନେହେରୁ ଭାରତୀୟ ରାଜନୀତିରେ ଅଂଶ ଗ୍ରହଣ କରିବାର ଚଳିତ ବର୍ଷ ହେଉଛି ୧୦୦ ବର୍ଷ। ତେବେ ଏହି ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିଛନ୍ତି। ଯାହାକୁ ବେଶ ଶୁଭ ସମୟ ବୋଲି ବିବେଚନା କରାଯାଉଛି।
ଗୋଟିଏ ପଟେ ମହାମେଣ୍ଟରୁ ନିଜକୁ ଅଲଗା ରଖିବା କାରଣରୁ ନିରାଶ ହୋଇପଡିଥିବା ରାହୁଲ ଏବେ ପ୍ରିୟଙ୍କାଙ୍କ ପ୍ରବେଶ ଫଳରେ ବେଶ ସନ୍ତୋଷ ଅନୁଭବ କରୁଛନ୍ତି। ଅନ୍ୟ ପକ୍ଷରେ ବିଜେପି କହିଛି ରାହୁଲଙ୍କ ବିଫଳତାକୁ ଲୁଚାଇବା ଓ ତାଙ୍କର ସୁରକ୍ଷା ପାଇଁ କଂଗ୍ରେସ ପ୍ରିୟଙ୍କାଙ୍କୁ ଟ୍ରମ୍ପ କାର୍ଡ ଭବେ ବ୍ୟବହାର କରିଛି। କିନ୍ତୁ ରାହୁଲ ଏହାକୁ ଖଣ୍ଡନ କରି ‘ଆମେ ଭାଇ-ଭଉଣୀ ସମାନ ଚିନ୍ତାଧାରର ଲୋକ ବୋଲି କହିଛନ୍ତିି।’
ରାହୁଲ ଗାନ୍ଧୀ ବହୁତ ବୁଝି ବିଚାରି ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛନ୍ତି। ଏଠାରେ ୮୦ଟି ଆସନ ମଧ୍ୟରୁ କଂଗ୍ରେସ ହାତରେ ମାତ୍ର ୨ଟି ଅଛି। ୨୦୦୯ରେ କଂଗ୍ରେସ ପାଖରେ ୧୩ଟି ଆସନ ଥିଲା। ଏଠାରେ ସପା-ବସପାର ପ୍ରଭାବ ଥିଲେ ମଧ୍ୟ ଗତଥର ବିଜେପି ସମସ୍ତଙ୍କୁ ମାତ୍‍ ଦେଇଥିଲା। ତେବେ ଏଥର କଂଗ୍ରେସ ଏଠାରେ ସବୁ ଆସନରେ ନିଜେ ଏକା ଲଢିବ। ଅନ୍ୟ ପକ୍ଷରେ କଂଗ୍ରେସରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଯାଇଛି କି ଦଳରେ କାହାକୁ ଅଧିକ ପ୍ରାଥମିକତା ଦିଆଯିବ, ରାହୁଲ ନା ପ୍ରିୟଙ୍କାଙ୍କୁ।
ୟୁପିର ରାୟବରେଲୀରେ ପ୍ରିୟଙ୍କାଙ୍କର ଭଲ ପ୍ରଭାବ ରହିଛି। ମାତ୍ର ୧୬ ବର୍ଷ ବୟସରେ ସେ ସାର୍ବଜନିକ ସଭାରେ ଭାଷଣ ଦେଇଥିଲେ। ରାୟବରେଲୀର ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ପ୍ରିୟଙ୍କାଙ୍କୁ ଭୟ କରନ୍ତି।


ଅନ୍ୟପକ୍ଷରେ ବିଗତ କିଛି ଦିନ ହେବ ରାହୁଲଙ୍କ ସ୍ୱଭାବ ଓ କାର୍ଯ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ସେ ଭଲଭାବେ ଲୋକଙ୍କ ସହିତ ମିଶୁଛନ୍ତି। ଏବେ ପ୍ରିୟଙ୍କା ଆସିବା ପରେ ତାଙ୍କ ସହିତ ରାହୁଲଙ୍କର ତୁଳନା ଆରମ୍ଭ ହୋଇଯାଇଛି। ପ୍ରିୟଙ୍କା ମଧ୍ୟ ଭଲ ଭାଷଣ ଦେଇ ପାରନ୍ତି। ବଡ଼ ରାଲି ଅପେକ୍ଷା ଛୋଟ ଛୋଟ ସଭାରେ ସେ ଲୋକଙ୍କ ସହିତ ଯୋଡି ହେବାକୁ ଚାହିଁବେ। ଯାହା କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହେବ। ଗୁଜରାଟରେ ବିଜେପିକୁ ପାଣି ପିଆଇବା ପରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ରାହୁଲଙ୍କ ନେତୃତ୍ୱର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଶାସକ ଦଳ ତାଙ୍କୁ ବିରୋଧୀ ଦଳ ନେତା ଭାବେ ସ୍ୱାକାର କରୁ ନାହାନ୍ତି। ଅନ୍ୟପକ୍ଷରେ ପ୍ରିୟଙ୍କାର ଅନ୍ୟ ଦଳ ସହ ଭଲ ସଂପର୍କ ରହିଥିବା କୁହାଯାଏ। ଯଦିଓ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଉପରେ ଲାଗିଥିବା ଅଭିଯୋଗ ପ୍ରିୟଙ୍କାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ, ତେବେ କଂଗ୍ରେସରେ ପ୍ରିୟଙ୍କାଙ୍କ ଯୋଗଦାନ ୨୦୧୯ ନିର୍ବାଚନରେ ଦଳ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories