www.samajalive.in
Saturday, December 6, 2025
14.1 C
Bhubaneswar

ଜିଡିପି ହ୍ରାସକୁ ନେଇ କେନ୍ଦ୍ର ଉପରେ ପ୍ରବଳ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାରରେ ହ୍ରାସକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ନଷ୍ଟ କରିବା ପଛରେ କାହାର ହାତ ରହିଛି ବୋଲି ସେ ଟ୍ବିଟ୍‌ କରି ମୋଦୀ ସରକାରକୁ ପ୍ରଶ୍ନ କରିଛନ୍ତି। ଅଚ୍ଛେ ଦିନ୍‌ର ଡିଣ୍ଡିମ ପିଟୁଥିବା  ବିଜେପି ସରକାରର ରୂପ ଜିଡିପି ହ୍ରାସରୁ ସ୍ପଷ୍ଟ ହୋଇଯାଇଛି। ନା ଜିଡିପିର ଅଭିବୃଦ୍ଧି ହେଉଛି, ନା ଡଲାର ତୁଳନା​‌ରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଉଛି। ବେକାରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କେନ୍ଦ୍ର ସରକାରଙ୍କ ନାକତଳେ ବ୍ୟାଙ୍କ ଠକେଇ ହେଉଥିବା ଆରବିଆଇ କହିଛି। ଅର୍ଥବ୍ୟବସ୍ଥା ନଷ୍ଟ ହେବା ପଛରେ କାହାର ହାତ ରହିଛି ତାହା ବିଜେପି ସ୍ପଷ୍ଟ କରୁ ବୋଲି ପ୍ରିୟଙ୍କା ଟ୍ବିଟ୍‌ କରି କହିଛନ୍ତି।

ସୂଚନା ମୁତାବକ, ମାନ୍ଦାବସ୍ଥା ଯୋଗୁ ଦେଶର ବିକାଶ ହାର କମିଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରିପୋର୍ଟରେ ଜିଡିପି ୫.୮%ରୁ ଖସି ୫%ରେ ପହଞ୍ଚିଛି। ଗତବର୍ଷ ଏହି ସମୟରେ ଜିଡିପି ୮% ଉପରେ ରହିଥିଲା। ଗତବର୍ଷର ଶେଷ ୩ମାସରେ ମଧ୍ୟ ଜିଡିପି ହାର ୫.୮% ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories