www.samajalive.in
Saturday, December 6, 2025
23.1 C
Bhubaneswar

ସମୁଦ୍ର କୂଳରୁ ବିଦେଶୀଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ପାରାଦୀପ ସମୁଦ୍ର କୂଳରେ ଶନିବାର ସକାଳେ ଏକ ଯୁବକଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି | ସେଠାରେ ଜଟାଧାରୀ ମୁହାଣ ପୋଲିସ ପହଞ୍ଚି ମୃତ ଯୁବଙ୍କୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣଙ୍କ ବିଦେଶୀ ନାଗରିକ ବୋଲି ପୁଲିସ କହିଥିବାବେଳ କୌଣସି ଜାହାଜର ମେମ୍ବର ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି । କିଭଳି ଏହି ବେଳାଭୂମି ନିକଟକୁ ତାଙ୍କ ମୃତଦେହ ଆସିଲା ସେନେଇ ଖୋଳତାଡ଼ ଆରମ୍ବ କରିଛି ପୁଲିସ । ତେବେ ମୃତ ଯୁବକଙ୍କର ପରିଚୟ ମିଳି ପାରିନାହିଁ  କିମ୍ବା ପୂର୍ବରୁ ଏନେଇ ଥାନାରେ କୌଣସି ନିଖୋଜ ହୋଇଥିବା ସମ୍ପର୍କରେ ଅଭିଯୋଗ ଦିଆଯାଇନଥିବାରୁ ପୋଲିସ ପାଇଁ ଅଡୁଆ ବଢିଛି |

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories